ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବ, ସାପ ବିଷ ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ଏଲଭିଶ ଯାଦବଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଯାଇଛି । ତେବେ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ ମିଳିଥିଲା । ଏହା ସହ ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ତାଙ୍କୁ କୋର୍ଟରୁ ଜାମିନ ମିଳିଛି । ଏବେ ଏଲଭିଶ ପୁଣି ଅସୁବିଧାର ସାମ୍ନା କରୁଛନ୍ତି ବୋଲି ଖବର ଆସିଛି । ନୋଏଡା ପୋଲିସ ଅନ୍ୟ ୮ ଅଭିଯୁକ୍ତଙ୍କ ସହ ଏଲଭିଶ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।

ପ୍ରସିଦ୍ଧ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଯାଇଛି । ତେବେ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ ମିଳିଥିଲା । ଏହା ସହ ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ତାଙ୍କୁ କୋର୍ଟରୁ ଜାମିନ ମିଳିଛି । ଏବେ ଏଲଭିଶ ପୁଣି ଅସୁବିଧାର ସାମ୍ନା କରୁଛନ୍ତି ବୋଲି ଖବର ଆସିଛି । ନୋଏଡା ପୋଲିସ ଅନ୍ୟ ୮ ଅଭିଯୁକ୍ତଙ୍କ ସହ ଏଲଭିଶ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟରେ ଏଲଭିଶ ଯାଦବଙ୍କ ବିରୋଧରେ ଅନେକ ପ୍ରମାଣ କୋର୍ଟରେ ଦାଖଳ କରାଯାଇଛି ।

ଏପରି ଭାବେ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ଚାଲିଥିବା ସାପ ବିଷ ଚୋରା ଚାଲାଣ ମାମଲାରେ ପୋଲିସ ତାଙ୍କ ବିରୋଧରେ ୧୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏଥିସହ ଏହି ମାମଲାରେ ଏଲଭିଶଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ, ସାପ ଧରୁଥିବା ଲୋକଙ୍କ ସହିତ ଏଲଭିଶଙ୍କ ସମ୍ପର୍କ ଅଛି ବୋଲି ସୁରଜପୁର କୋର୍ଟରେ ପୋଲିସ ଅନେକ ପ୍ରମାଣ ଦେଇଛି । କେବଳ ଏତିକି ନୁହେଁ ଚାର୍ଜସିଟରେ ୨୪ ଜଣ ସାକ୍ଷୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି ।

ନୋଏଡା ପୋଲିସ ଏବଂ ଗୁରୁଗ୍ରାମ ସମେତ ସାରା ଦେଶରେ ଦାଖଲ ମାମଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ତେବେ ଜୟପୁର ଲ୍ୟାବରୁ ସାପ ବିଷକୁ ନିଶ୍ଚିତ କରୁଥିବା ରିପୋର୍ଟ ଚାର୍ଜସିଟରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହ କେସ୍‌ ସମ୍ବନ୍ଧୀୟ ଭିଡିଓ, କଲ୍ ଡିଟେଲ୍ସ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାର କରାଯାଇଥିଲା । ଏଲଭିଶ ଯାଦବଙ୍କ ଉପରେ ଲାଗୁ ହୋଇଥିବା NDPS ଆକ୍ଟର ଧାରା ସମ୍ବନ୍ଧରେ ପ୍ରମାଣ ଚାର୍ଜସିଟରେ ଦିଆଯାଇଛି ।

ତେବେ ନଭେମ୍ବରରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ ହୋଇଥିଲା, ଏହି ମାମଲାରେ ୫ ଟି ସାପ ଧରୁଥିବା ଲୋକଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ ନିକଟରେ ଏଲଭିଶ ଯାଦବଙ୍କ ସମେତ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସାପ ବିଷ କିଣିବା ମାମଲାରେ ନୋଏଡା ପୋଲିସ ବିଗ୍ ବସ୍ OTT ୨ ବିଜେତାଙ୍କୁ ଗିରଫ କରିଥିଲା । ସାପ ବିଷ ଚୋରା ଚାଲାଣ ମାମଲାରେ ୫ଦିନ ଧରି ଗୌତମ ବୁଦ୍ଧ ନାଗରର ବକ୍ସର ଜେଲରେ ଏଲଭିଶ ଯାଦବଙ୍କୁ ହାଜର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.