ସମୁଦ୍ର ଭିତରେ ଡଙ୍ଗାରେ ବୁଲି ମଜା ନେଉଥିଲେ ଏହି ଦମ୍ପତି, ହଠାତ୍ ମୁଣ୍ଡ ଉପରକୁ ଲମ୍ଫ ମାରିଲା whale, ଦେଖନ୍ତୁ ଭୟଙ୍କର ଭିଡିଓ

କାଲିଫର୍ଣ୍ଣିଆରେ ଜଣେ ଦମ୍ପତିଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ସେମାନଙ୍କ ଜୀବନ ଚାଲିଯାଇଥାଆନ୍ତା। ଘଟଣାଟି ହେଲା, ଏଠାରେ ସ୍ୱାମୀ, ସ୍ତ୍ରୀ ସମୁଦ୍ରରେ କାୟାକିଙ୍ଗ୍‌ର ମଜା ନେଉଥିଲେ, ହଠାତ୍ ଏହି ସମୟରେ ଏକ ହମ୍ପ୍‌ବ୍ୟାକ୍ whale ପାଣିରୁ ଉଠି ଉପରକୁ ଲମ୍ଫ ମାରିଥିଲା। ଆଉ ସିଧା କାୟାକ୍ ଉପରେ ଯାଇ ପଡ଼ିଥିଲା।

whe2

ନିକଟରେ ଯାଉଥିବା ଏକ ଜାହାଜରେ ଉପସ୍ଥିତ କିଛି ଲୋକ ସେହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଜାହାଜଟି whale ଦେଖାଇବା ପାଇଁ ଲୋକଙ୍କୁ ନେଇ ବାହାରିଥିଲା। ପାଖାପାଖି ୪୦ରୁ ୫୦ ଟନ୍ ଓଜନର ଏହି whale ଯେତେବେଳେ କାୟାକ୍ ଉପରେ ପଡ଼ିଥିଲା, ଦୁଇଜଣ ସ୍ୱାମୀ, ସ୍ତ୍ରୀ ସିଧା ସମୁଦ୍ରରେ ପଡ଼ିଥିଲେ। ତାଙ୍କ ଡଙ୍ଗା ପୂରାପୂରି ବୁଡ଼ିଯାଇଥିଲା। କିନ୍ତୁ ସେହି ସମୟରେ ଅନ୍ୟ ଏକ କାୟାକ ଦମ୍ପତିଙ୍କୁ ଉଦ୍ଧାର କରିଥିଲା।

ଏହାସହ ପଢ଼ନ୍ତୁ: ସଚ୍ଚା ପ୍ରେମ ଖୋଜୁଛନ୍ତି ଏହି ଯୁବତୀ, ବୟଫ୍ରେଣ୍ଡ ହେଲେ ମିଳିବ ୬୦ ଲକ୍ଷ ଟଙ୍କା!

ସେପଟେ ଜାହାଜକୁ ଗାଇଡ୍ କରୁଥିବା କ୍ୟାପଟେନ୍ ମାଇକେଲ ସେକ୍‌ଙ୍କ କହିବା ଅନୁଯାୟୀ, whale ସହ କାୟାକିଙ୍ଗ୍ କରିବା ଭୟାନକ ହୋଇଥାଏ। ମୁଁ ଦେଖିଥିବା ଅନେକ ଘଟଣା ମଧ୍ୟରୁ ଏହା ବହୁତ ଭୟଙ୍କର ଅଟେ। ଏହି ଦମ୍ପତି ଭାଗ୍ୟଶାଳୀ ଅଟନ୍ତି। whale ମୁହଁରୁ ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି।

video courtesy: inside edition