Below header

ଫୁଟପାଥରେ ମାଡିଗଲା କାର, ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ନିଶାଶକ୍ତ ବ୍ୟକ୍ତି କ’ଣ କରିପାରେ ତାହା ଆପଣ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ଭାବେ ଜାଣିପାରିବେ। କିଭଳି ନିଶାଶକ୍ତ ହୋଇ ନିଜ ଗାଡ଼ିରୁ ନିୟନ୍ତ୍ରଣ ହରାଇ ଅନ୍ୟର ଜୀବନକୁ ବିପଦରେ ପକାଇଛି ଏହି କାର ଡ୍ରାଇଭର। ଏଭଳି ଏକ ଘଟଣା ବାଙ୍ଗାଲୁରୁର ଏଚଏସଆର ଲେଆଉଟ ଅଞ୍ଚଳରେ ଦେଖିବାକୁ ମିଳିଛି।
ଘଟଣା ମୁତାବକ, ଜଣେ ବ୍ୟକ୍ତି ନିଶାଶକ୍ତ ହୋଇ ପୁଟପାଥରେ ୭ ଜଣଙ୍କ ଉପରେ କାର ଚଢାଇଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଉକ୍ତ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ଏହି ଅଞ୍ଚଳରେ ସନ୍ଧ୍ୟା ସମୟରେ ଲୋକମାନେ ବଜାରରେ ବୁଲୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ଆସି ଫୁଟପାଥରେ ଚଢିଯାଇଥିଲା। ଫଳରେ ଫୁଟପାଥରେ ଥିବା ଲୋକଙ୍କ ଉପରେ କାରଟି ମାଡିଯାଇଥିଲା।

video courtesy : ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.