୨ ବର୍ଷ ତଳେ ଚିକେନ୍‌ ବିରିୟାନିରୁ ବାହାରିଥିଲା ଜିଅନ୍ତା ଅସରପା, ଏବେ ରେଷ୍ଟୁରାଣ୍ଟ ଗଣିବ ୨୦,୦୦୦ ଟଙ୍କା ଜରିମାନା

ହାଇଦ୍ରାବାଦରେ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରୁ ଚିକେନ ବିରିୟାନି ଅର୍ଡର କରିଥିଲେ। ଯେତେବେଳେ ଘରେ ପାର୍ସଲ୍ ପହଞ୍ଚିଥିଲା, ତ ବ୍ୟକ୍ତି ଜଣକ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ହାଇଦ୍ରାବାଦରେ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରୁ ଚିକେନ ବିରିୟାନି ଅର୍ଡର କରିଥିଲେ। ଯେତେବେଳେ ଘରେ ପାର୍ସଲ୍ ପହଞ୍ଚିଥିଲା, ତ ବ୍ୟକ୍ତି ଜଣକ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ବିରିୟାନିରେ ଏକ ଜିଅନ୍ତା ଅସରପା ବୁଲୁଥିଲା। ଏହି ମାମଲା ପାଖାପାଖି ୨ ବର୍ଷ ତଳର। କିନ୍ତୁ ଏବେ ଦୁଇ ବର୍ଷ ପରେ ବିରିୟାନି ଦେଇଥିବା ରେଷ୍ଟୁରାଣ୍ଟ ଉପରେ ୨୦,୦୦୦ ଟଙ୍କା ଜରିମାନା ଲାଗୁ ହୋଇଛି।

ଗ୍ରାହକଙ୍କ ଅଭିଯୋଗ ପରେ ଯାଞ୍ଚ କରାଯାଇଥିଲା, ଯାହାପରେ ତେଲେଙ୍ଗାନା ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ (TSCDRC) ସମ୍ପୃକ୍ତ ରେଷ୍ଟୁରାଣ୍ଟକୁ ୨୦ ହଜାର ଟଙ୍କା ଜରିମାନା ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଛି।

ଅରୁଣ ନାମକ ବ୍ୟକ୍ତି ବିରିୟାନିରୁ ଅସରପା ବାହାରିବାର ଭିଡିଓ କରି ରେଷ୍ଟୁରାଣ୍ଟ ମାଲିକଙ୍କୁ ଫୋନ୍‌ କରିଥିଲେ। ଯଦିଓ ମାଲିକ ଜଣକ ତୁରନ୍ତ କ୍ଷମା ମାଗିଥିଲେ। ସେ କହିଥିଲେ ଯେ କୀଟପତଙ୍ଗକୁ ନେଇ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ବିରିୟାନି ପ୍ୟାକ୍ କରିବା ବେଳେ ସେଥିରେ ଏକ ଅସରପା ପଡ଼ିଥାଇପାରେ।

ଏହି ଘଟଣା ପରେ ରେଷ୍ଟୁରାଣ୍ଟ ମାଲିକ ଅରୁଣଙ୍କୁ ବିରିୟାନି ବାବଦ ୨୪୦ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଅରୁଣ ନିଜ ଅଭିଯୋଗ ନେଇ ଜିଲ୍ଲା ଫୋରମକୁ ଯାଇଥିଲେ। ସେଠାରେ ରେଷ୍ଟୁରାଣ୍ଟ ମ୍ୟାନେଜର ଅରୁଣଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ।

ମ୍ୟାନେଜର ଯୁକ୍ତି କରିଥିଲେ ଯେ ଟେକ୍‌ଅେଓ୍ଵ ବାକ୍ସରେ ଖାଦ୍ୟ ତାଜା ଏବଂ ଗରମ ଥିଲା। ଏମିତିରେ କୌଣସି କୀଟ ବଞ୍ଚିବା ସମ୍ଭବ ନୁହେଁ। ତଥାପି ଫୋରମ୍ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲା ଏବଂ ସମ୍ପୃକ୍ତ ରେଷ୍ଟୁରାଣ୍ଟକୁ ଦୋଷୀ ସାବ୍ୟସ୍ତ କରିଥିଲା।

Leave A Reply

Your email address will not be published.