Below header

ନିଜାମୁଦ୍ଦିନ ମରକଜରେ ଯୋଗ ଦେବା ପଡ଼ିଲା ମହଙ୍ଗା, କରୋନାରେ ମୌଲାନାଙ୍କ ମୃତ୍ୟୁ

ନିଜାମୁଦ୍ଦିନର ତବଲିଗୀ ଜମାତ ମରକଜ କାର୍ଯ୍ୟକ୍ରମରେ ଯୋଗ ଦେଇ ନିକଟରେ ଫେରିଥିବା ଜଣେ ଦକ୍ଷିଣ ଆଫ୍ରିକୀୟ ମୌଲାନାଙ୍କ ମୃତ୍ୟୁ କରୋନା ଭାଇରସ ସଂକ୍ରମଣରେ ହୋଇଛି। ଏ ନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।

ମୃତକଙ୍କ ନାମ ମୌଲାନା ୟୁସୁଫ ଟୁଟଲା (୮୦) ବୋଲି ଜଣାପଡ଼ିଛି। ସେ ମାର୍ଚ୍ଚ ୧ରୁ ୧୫ ଯାଏଁ ଚାଲିଥିବା ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ମରକଜଙ୍କ ଠାରୁ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବ୍ୟାପୁଛି। ଏହା ବ୍ୟତୀତ ବିଶ୍ୱର ଅନ୍ୟ ସ୍ଥାନର ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ମଙ୍ଗଳବାର ମୃତ୍ୟୁ ଘଟିବା ପରେ ହିଁ ଉକ୍ତ ବ୍ୟକ୍ତିଙ୍କ ଶବକୁ ଇସଲାମିକ ଶବ ସଂସ୍କାର ପରିଷଦ (IBC) ତରଫରୁ ଦିଆଯାଇଥିବା ଏକ ବ୍ୟାଗରେ ରଖି ପୋତାଯାଇଥିଲା। ମୌଲବୀଙ୍କ ପରିବାରର ଜଣେ ସଦସ୍ୟ ନିଜ ନାଁ କୁ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି ଯେ ଟୁତଲା ଭାରତରୁ ଫେରିବା ପରେ ତାଙ୍କ ଠାରେ ଫ୍ଲୁର ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.