Below header

୧୪ ଏପ୍ରିଲ ପରେ ଲକଡାଉନର ଅବଧି ବଢିଲେ କ୍ୟାନ୍ସଲ ହେବ ବୁକିଙ୍ଗ ହୋଇଥିବା ଫ୍ଲାଇଟ ଟିକେଟ

ଲକଡାଉନ କାରଣରୁ ଖରାପ ପରିସ୍ଥିତିରେ ଗତି କରୁଥିବା ବିମାନ ସେବାକୁ ବହୁତ ଯଲଦି ଆସ୍ୱସ୍ତି ମିଳିପାରେ। ସରକାର ୧୪ ଏପ୍ରିଲ ମଧ୍ୟରାତ୍ରିରେ ଲକଡାଉନର ଅବଧି ଶେଷ ହେବା ପରେ ସ୍ଥିତିକୁ ପରିଲକ୍ଷିତ କରି ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଉଡାଣ ସଞ୍ଚାଳନକୁ ଅନୁମତି ଦେବେ।

ନାଗରିକ ଉନ୍ନୟନ ମନ୍ତ୍ରାଳୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏୟାରଲାଇନ୍ସ ୧୪ ଏପ୍ରିଲ ପରେ କୌଣସି ବି ତାରିଖ ପାଇଁ ସ୍ୱତନ୍ତ୍ର ବୁକିଙ୍ଗ କରାଯାଉଛି। ଆମେ ଲକଡାଉନ ପରେ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଉଡାଣ ସଞ୍ଚାଳନ ପାଇଁ ଅନୁମତି ଦେବାକୁ ଚିନ୍ତା କରୁଛୁ। ଅଧିକାରୀ କହିଛନ୍ତି ଏବେ ଯେମିତି ଭାଇରସ ଭାରତରେ ବ୍ୟାପିବାରେ ଲାଗିଛି ଯଦି ଏହି ସମୟରେ ଲକଡାଉନକୁ ବଢ଼ାଇ ଦିଆଯାଏ ତେବେ ବିମାନସେବା ପାଇଁ ବୁକ ହୋଇଥିବା ଟିକେଟକୁ ରଦ୍ଦ କରିବାକୁ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏୟାର ଇଣ୍ଡିଆକୁ ଛାଡ଼ି ସମସ୍ତ ପ୍ରମୁଖ ଏୟାରଲାଇନ୍ସ ୧୪ ଏପ୍ରିଲ ପରେ ଘରୋଇ ଉଡାଣ ବୁକିଂ କରୁଛି। କିନ୍ତୁ ଏୟାର ଇଣ୍ଡିଆ ୩୦ ଏପ୍ରିଲ ପରର ଟିକେଟ ବୁକିଙ୍ଗ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.