ମନ୍ତ୍ରିସ୍ତରୀୟ ବୈଠକ ପରେ ବସିବ କ୍ୟାବିନେଟ ବୈଠକ, ଦେଶରେ କରୋନା ସ୍ଥିତି ନେଇ ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ବସୁଛି ମନ୍ତ୍ରିସ୍ତରୀୟ ବୈଠକ । ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ବସିବ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ବୈଠକ ମଧ୍ୟ ଭିିଡିଓ କନଫରନେସିଂରେ ହେବ । ମାର୍ଚ୍ଚ ୨୫ରେ ହୋଇଥିବା କ୍ୟାବିନେଟ ବୈଠକରେ ସାମାଜିକ ଦୂରତା ଦେଖିବାକୁ ମିଳିଥିଲା । ଆଜିର ବୈଠକରେ ଦେଶରେ କରୋନା ସ୍ଥିତି ନେଇ ଆଲୋଚନା ହେବ । ଲକ୍‌ ଡାଉନ୍‌ ୧୪ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ବେଳେ ଏହାର ଅବଧି ବଢ଼ାଯାଇପାରେ । ମନ୍ତ୍ରୀ ସ୍ତରୀୟ ବୈଠକରେ ଏସମ୍ପର୍କରେ ଆଲୋଚନା ହେବାସହ ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ସରକାର ଆଲୋଚନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.