ପାଞ୍ଚ ମହଲାରୁ ଖସି ପଡ଼ିଲା ୯ ବର୍ଷର ପିଲା, ହେଲେ ବଞ୍ଚିଗଲା: କେମିତି ଦେଖନ୍ତୁ

ସତରେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ । ଈଶ୍ବର ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ ମାରି ପାରିବ ବା କିଏ । ମହାରାଷ୍ଟ୍ରର ୟବତମାଲରେ ଏଭଳି ଏକ ଅତି ଆଚମ୍ବିତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଯେଉଁଥିରେ ଜଣେ ପିଲା ପାଞ୍ଚ ମହଲା କୋଠାରୁ ଖସି ପଡ଼ି ବି ବଞ୍ଚିଗଲା । ତାକୁ ଟିକିଏ ବି ଆଘାତ ଲାଗିଲା ନାହିଁ । ସିସିଟିଭିରେ କଏଦ ଏହି ଭିଜୁଆଲ ଏବେ ଭାଇରାଲ ହୋଇଛି ।

ଘଟଣା ଅନୁଯାୟୀ ସ୍ବପ୍ନିଲ ଝାଗଡ଼େ ନାମକ ୯ ବର୍ଷର ପିଲାଟି ନିଜର ଦୁଇ ସାଙ୍ଗଙ୍କ ସହିତ ଖେଳିବା ବେଳେ ପାଖ କୋଠାର ପାଞ୍ଚ ମହଲା ଉପରେ ଲାଖି ଯାଇଥିବା ଗୁଡ଼ିଟିକୁ କାଢ଼ିବାକୁ ଯାଇଥିଲା । ତେବେ ଗୁଡ଼ିଟିକୁ କାଢୁ କାଡୁ ତାର ଗୋଡ଼ ଖସିଗଲା । କିନ୍ତୁ ତଳେ ପଡ଼ିବା ପୂର୍ବରୁ ଘଟିଲା ଚମତ୍କାର। ତଳକୁ ଖସି ପଡ଼ିଥିବା ଗୁଡ଼ିଟିକୁ ନେବା ପାଇଁ ରାସ୍ତା ଉପରେ ଖେଳୁଥିବା ତାର ଜଣେ ସାଙ୍ଗ ଦୌଡ଼ି ଗଲା । ସେ ନଇଁପଡ଼ି ଗୁଡ଼ିଟି ଉଠାଇବା ବେଳକୁ ତା ପିଠି ଉପରେ ଆସି ପଡ଼ିଲା ଛାତ ଉପରୁ ଖସି ପଡ଼ିଥିବା ସ୍ବପ୍ନିଲ । ସ୍ବପ୍ନିଲ ଦୁଇ ସାଙ୍ଗଙ୍କ ସହିତ ଖେଳୁଥିବା ବେଳେ ଗୁଡ଼ିଟିକୁ ଦେଖି କାହାକୁ କିଛି ନକହି ତାକୁ ଆଣିବାକୁ ଚାଲି ଯାଇଥିଲା । ସାଙ୍ଗମାନେ ବି ଏକଥା ଜାଣି ନଥିଲେ । ଗତ ନଭେମ୍ବର ୧୧ ତାରିଖରେ ଘଟିଥିଲା ଏହି ଦୁର୍ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.