Below header

କାର୍ତ୍ତିକ ପରେ ଶ୍ରୀମନ୍ଦିରରେ ଲାଗିବ ଅବଢା ରେଟ୍ ଚାର୍ଟ

ପୁରୀ : କାର୍ତ୍ତିକ ମାସ ପରେ ଅବଢ଼ା ପ୍ରସ୍ତୁତ କରି ତର୍ଜମା କରାଯିବା ପରେ ଆନନ୍ଦବଜାରରେ ନୂଆ ରେଟ୍‌ଚାର୍ଟ ଲଗାଯିବ । ଏହା ସହ ୪୮ଟି ସେଡ୍‌ ସ୍ଥାପନ କରାଯାଇ ଶୃଙ୍ଖଳିତ ମହାପ୍ରସାଦ ବଣ୍ଟନ କରାଯିବ । ତେବେ କେଉଁ ସୁଆର କେଉଁଠି ବିକ୍ରି କରିବେ ସେ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସିଂହଦ୍ୱାରରେ ଆଉ ଏକ ସେଡ୍‌ ସ୍ଥାପନ ସହ ପଞ୍ଚୁକ ପାଇଁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରାଯିବ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ।

ସେହିପରି ପୁରୀ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ନେଇ ମଧ୍ୟ ମୁଖ୍ୟ ପ୍ରାଶସକ ଚିନ୍ତା ବ୍ୟକ୍ତ କରିଛନ୍ତି । ଶ୍ରୀମନ୍ଦିରର ଭିତର ଫଟୋ ବାରମ୍ବାର ଭାଇରାଲ ହେଉଥିବାରୁ ଭକ୍ତଙ୍କ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହେବ । ସିସିଟିଭି ମାଧ୍ୟମରେ ମୋବାଇଲ ଫୋନ ବ୍ୟବହାର ଉପରେ କଡ଼ା ନଜର ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.