୧୦ ବର୍ଷର କାରାଦଣ୍ଡ ଶୁଣି ଜଜ୍‌ଙ୍କ ସାମ୍ନାରେ ଗଳା କାଟିଲା ଅଭିଯୁକ୍ତ, କାହିଁକି ଏମିତି କଲା ଜାଣନ୍ତୁ

ମଧ୍ୟପ୍ରଦେଶ: ଦୁଷ୍କର୍ମ ମାମଲାରେ ସଜା ମିଳିବା ପରେ ଜଜ୍ ଆଗରେ ନିଜ ଗଳା କାଟି ଗୁରୁତର ହେଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରେ। ଓମକାର ମେହର ନାମକ ଜଣେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏହାର ରାୟ ପ୍ରକାଶ ବେଳେ ସେ ବିଚାରପତିଙ୍କ ସାମ୍ନାରେ ସାଙ୍ଗରେ ଆଣିଥିବା ଛୁରୀ ସାହାଯ୍ୟରେ ନିଜ ବେକକୁ କାଟି ଦେଇଥିଲେ। ଯାହ ଫଳରେ ଓମକାର କୋର୍ଟ ଭିତରେ ଗୁରୁତର ହୋଇପଡିଥିଲା।

ଆହୁରି ପଢନ୍ତୁ:   ପ୍ରତିବର୍ଷ ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ, ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ଏହାର ରହସ୍ୟ

ଓମକାର ଏକ ଅଏଲ ରିଫାଇନାରୀ କମ୍ପାନୀରେ କର୍ମଚାରୀ ଭାବେ କାମ କରୁଥିଲେ। ୩ବର୍ଷ ପୁର୍ବରୁ ସୋସିଆଲ ମିଡିଆରେ ଓମକାରଙ୍କ ଛତରପୁରର ସିବିଲ ଲଇନ୍ସର ଏକ ଯୁବତୀଙ୍କ ସହ ବନ୍ଧୁତ୍ବ ହୋଇଥିଲା। ସେହି ବର୍ଷ ଯୁବତୀ ଜଣଙ୍କ ଓମକାରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଓମକାର ଗିରଫ ହୋଇଥିଲା ଓ ପରେ ଜାମିନରେ ଖଲାସ ହୋଇଥିଲା। ୧୭ ସେପ୍ଟେମ୍ବରକୁ ଏହି କେଶର ଶୁଣାଣି ଥିଲା। ଅତିରିକ୍ତ ସେଶନ ଜଜ୍ ନୋରିନ ନିଗମ ଦୁଷ୍କର୍ମ ମାମଲାରେ ଓମକାରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଥିଲେ। ରାୟ ଶୁଣବା ପରେ ଭାଙ୍ଗି ପଡିଥିଲେ ଓମକାର ।  ନିଜ ପକେଟରୁ ଏକ ଛୁରୀ କାଢି ଜଜଙ୍କ ସାମ୍ନାରେ ନିଜ ଗଳା କାଟି ଦେଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।

ଆହୁରି ପଢନ୍ତୁ: କ’ଣ ଆପଣ ଚିପ୍ସ ଖାଉଛନ୍ତି କି ? ଆପଣଙ୍କୁ ପଡିବାରେ ମହଙ୍ଗା

ଛତରପୁର ଅତିରିକ୍ତ ଏସପି କହିଛନ୍ତି ଯେ ଅଭିଯୁକ୍ତ ଜାମିନରେ ବାହାରକୁ ଆସିଥିଲା। ତେଣୁ କେସର ଶୁଣାଣି ଦିନ ସେ ସିଧା କୋର୍ଟରେ ପହଞ୍ଚିଥିଲା। ସେଥିପାଇଁ ସେ ନିଜ ସାଥିରେ ଛୁରୀ ଆଣିବାରେ ସମର୍ଥ ହୋଇପାରିଲା । ଯାହକୁ କେହି ଜାଣି ପାରିନଥିଲେ। ସେପଟେ ଅଭିଯୁକ୍ତର ବାପା ରାମପ୍ରସାଦ ଅହିରବାରଙ୍କ କହିବା କଥା ହେଲା ତାଙ୍କ ପୁଅ ଉପରେ ଲାଗିଥିବା ସବୁ ଅଭିଯୋଗ ମିଛ । ପୀଡିତାର କେହି ପଡୋଶୀ ତାଙ୍କ ପୁଅ ବିରୋଧରେ ସାକ୍ଷୀ ଦେଇ ନାହାନ୍ତି। ତେଣୁ ଏହି କେସରେ ଏକ ପାଖିଆ ରାୟକୁ ନେଇ ପୁଅ ଏଭଳି କାମ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.