Below header

ରେଳଯାତ୍ରୀଙ୍କ ପାଇଁ ଖୁସିଖବର, ଏବେ ଯାତ୍ରୀଙ୍କ ଇଚ୍ଛାରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯୋଜନା କରୁଛି। ଯୋଜନା ଅନୁସାରେ ଏବେ ଯାତ୍ରୀଙ୍କ ଇଚ୍ଛାରେ ଚାଲିବ ଟ୍ରେନ୍‌। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଯାତ୍ରୀଙ୍କୁ ଆଉ ୱେଟିଂ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି ଜଣାଯାଇଛି।

ରିପୋର୍ଟ ମୁତାବକ ଆଗାମୀ ୪ ବର୍ଷ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓ୍ଵଡ଼ା ମଧ୍ୟରେ ‘‘ଦାବି ମୁତାବକ’’ ଯାତ୍ରୀ ରେଳଗାଡ଼ି ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। ଏହି ଗାଡ଼ି ୱେଟିଂଲିଷ୍ଟ ସମସ୍ୟାରୁ ମୁକ୍ତି ଦେବ। ଏ ନେଇ ରେଲେଓ୍ଵ ବୋର୍ଡର ଅଧ୍ୟକ୍ଷ ବିକେ ଯାଦବ ସୂଚନା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଡ୍ରିମ୍‌ଗର୍ଲର ସଫଳତା ପରେ ସାର୍ଟଲେସ୍‌ ହେଲେ ଆୟୁଷ୍ମାନ୍‌, ଭାଇରାଲ୍‌ ହେଉଛି ଫଟୋ

ତାଙ୍କ କହିବାନୁସାରେ, ୨୦୨୧ ମସିହା ମଧ୍ୟରେ ଗୁଡ୍ସ କରିଡ଼ର(DFC) ନିର୍ମାଣ ପରେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏହାର ନିର୍ମାଣ ପରେ ମାଲବାହୀ ଟ୍ରେନ୍‌ ରେଳଧାରଣାରୁ ଓହ୍ଲାଇଯିବେ। ଫଳରେ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ହେବ। ଉତ୍ତର-ଦକ୍ଷିଣ(ଦିଲ୍ଲୀ-ଚେନ୍ନାଇ), ପୂର୍ବ-ପଶ୍ଚିମ(ମୁମ୍ବାଇ-ହାଓ୍ଵଡ଼ା) ଏବଂ ଖଡ଼ଗ୍‌ପୁର-ବିଜୟଓ୍ଵାଡ଼ାରେ DFC ନିର୍ମାଣ କାମ ଚାଲୁ ରହିଛି। ଏହି DFC ପ୍ରାୟ ୬୦୦୦ କିଲୋମିଟର ଲମ୍ବା ହେବ। ଆଗାମୀ ୧୦ ବର୍ଷ ମଧ୍ୟରେ DFC ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.