Below header

ଭାରତୀୟ ଛାତ୍ରଙ୍କ ଦାବି, ବିନା ତେଲରେ ୧୦ ବର୍ଷ ଚାଲିବ ଗାଡି

ବିହାରର କଟିହାରରେ ରିଭମ ରାମ ନାମକ ଜଣେ ଛାତ୍ର SAT (Scholastic Assessment Test) ପରୀକ୍ଷା ପାସ୍ କରିସାରିବା ପରେ ଇତିହାସ ରଚିଛନ୍ତି। ରିଭମ ବର୍ତ୍ତମାନ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ପଢୁଛନ୍ତି ଏବଂ ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଛନ୍ତି । ଏହି ପରୀକ୍ଷାରେ ରିଭମ ସାରା ବିଶ୍ଵରେ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ତେବେ ଏହି ପରୀକ୍ଷା ୨୦୦ଟି ଦେଶର ଛାତ୍ରଛାତ୍ରୀମାନେ ଦେଇଥିବା ବେଳେ ୧୦ ଜଣ ଭାରତୀୟ ଏଥିରେ ସଫଳତା ହାସିଲ କରିଛନ୍ତି । ରିଭମ ରାଜ ମହାନ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନଙ୍କର ଦ୍ରବ୍ୟମାନ ଉର୍ଜା ସମୀକରଣ(E = mc2) ଉପରେ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରୁଛନ୍ତି । ରିଭମଙ୍କ କହିବା ଅନୁଯାୟୀ ତାଙ୍କର ପ୍ରୋଜେକ୍ଟ ଥିଓରିଟିକାଲି ପସିବୁଲ ଅଟେ ଏବଂ ଯଦି ଏହା ଦୁନିଆକୁ ଆସିବ ତାହେଲେ ବିନା ତେଲରେ ଇଂଜିନ ଚାଲିପାରିବ ଓ ଏହି ଇଂଜିନର ଲାଇଫ ୧୦ ବର୍ଷ ପର୍ଯ୍ୟନ୍ତ ରହିବ ।


ଏହା ସାଧାରଣ ଇଂଜିନ ଠାରୁ ଅଧିକ ଶକ୍ତିଶାଳୀ ରହିବ । ସୂଚନା ଅନୁଯାୟୀ ରିଭମଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଉଦ୍ୟୋଗ ମନ୍ତ୍ରଣାଳୟ ଷ୍ଟାଟଅପ ଇଣ୍ଡିଆରେ ପ୍ରୋଜେକ୍ଟ ଆଣିବା ପାଇଁ ଅଫର ଦେଇଛନ୍ତି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଆମେରିକା ଏବଂ କାନାଡ଼ାରେ ଅଣ୍ଡରଗ୍ରାଜୁଏଟ ସ୍କୁଲରେ ଆଡ଼ମିସନ କରାଇବା ପାଇଁ SAT ପରୀକ୍ଷା ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.