ପୁଣି ମନକିଣିଲେ ଗଜପତି ଏସପି ସାରା ଶର୍ମା, କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାପାଇଁ ଖୋଲାଇଲେ ଓମଫେଡ ପାର୍ଲର 

ଗଜପତି(କେନ୍ୟୁଜ୍):ଗଜପତି ଏସ୍‌ପି ସାରା ଶର୍ମାଙ୍କ ଆଉ ଏକ ଜନହିତକର ପଦକ୍ଷେପ । କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାକୁ ପନ୍ଥା ଯୋଗାଇଛନ୍ତି । ସାରା ଶର୍ମାଙ୍କ ପ୍ରୋତ୍ସାହନରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋଲିଛି ସୁରଭି ଓମଫେଡ ପାର୍ଲର । ବିଧାୟକ ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି ।

gajapati kiiner

ଆଠ ଜଣ କିନ୍ନର ଦିନ ରାତି ପାର୍ଲରରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ କ୍ଷୀର, ଦହି, ଓମ୍‌ଫେଡ ଆଦି ସହ ରୋଗୀଙ୍କୁ ଗରମ ପାଣି ଓ ଅନ୍ୟ ସାହାଯ୍ୟ ସହଯୋଗ କରିବେ । ଏହାକୁ ନେଇ କିନ୍ନରମାନେ ସାରା ଶର୍ମାଙ୍କୁ ଧନ୍ୟବାଦ ଦେଇଛନ୍ତି । କିନ୍ନରଙ୍କୁ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଓ ସାଂସଦ ୨ ଲକ୍ଷ ଟଙ୍କା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛନ୍ତି କିନ୍ନର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.