ଆମେରିକାର ହାଓ୍ଵାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ, ୬୭ ମୃତ

୪ ଦିନ ହେଲାଣି ଜଳୁଛି ଆମେରିକାର ହାଓ୍ଵାଇ ଦ୍ୱୀପ । ଏହି ନିଆଁରେ ୬୭ ଜଣଙ୍କର ଜୀବନ ଚାଲିଗଲାଣି । ଏଯାଏଁ ୧୦୦୦ରୁ ଅଧିକ ନିଖୋଜ ରହିଛନ୍ତି । ସବୁକିଛି ପୋଡି ପାଉଁଶ ହୋଇଯାଇଛି ।

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ନିଆଁରେ ଏପର୍ଯ୍ୟନ୍ତ ୬୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ନିଆଁ ଯୋଗୁଁ ଐତିହାସିକ ସ୍ଥାନ ପୋଡି ପାଉଁଶ ହୋଇଯାଇଛି । ଏବେ ବି ହଜାରରୁ ଅଧିକ ଲୋକ ନିଖୋଜ ରହିଛନ୍ତି । କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି। ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍ ମାରିଛି।

ଖବର ମୁତାବକ, ହଓ୍ଵାଇରେ ନିଆଁଲାଗିବା କାରଣରୁ ସବୁଠାରୁ ଅଧିକ କ୍ଷତି ମାଉଇ କାଉଣ୍ଟିରେ ହୋଇଛି । ଏଠାରେ ହଜାର ହଜାର ଲୋକଙ୍କୁ ବିସ୍ଥାପତି କରିବାକୁ ପଡିଛି । ପୁରାତନ ସହର ନିଆଁରେ ପୋଡି ପାଉଁଶ ହୋଇଗଲାଣି । ଶୁଖିଲା ଗଛରୁ ନିଆଁ ଲାଗି ସବୁକିଛି ପୋଡିଗଲାଣି । ପବନ ହେଉଥିବାରୁ ନିଆଁ ବ୍ୟାପିବାକୁ ସହଜ ହେଉଛି । ଫରେଷ୍ଟ ରିଜର୍ଭରେ ନିମିର୍ତ ପାଖାପାଖି ୧୭୦୦ କାଠରେ ନିର୍ମିତ ରିସର୍ଟ ପୋଡିଯାଇଛି । ଏହା ଆମେରିକାର ଜଙ୍ଗଲରେ ଲାଗିଥିବା ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ନିଆଁ କେବେଠୁ ଲାଗିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ୮ ତାରିଖରେ ହୱାଇ ଜଙ୍ଗଲରେ ଲାଗିଥିବା ନିଆଁ କ୍ରମଃଶ ବ୍ୟାପିଥିବା ଅନୁମାନ କରାଯାଉଛି। ପୂର୍ବରୁ ହାଓ୍ଵାଇରେ ଲୋକ ମରୁଡି ସମସ୍ୟା ଭୋଗିଥିବା ବେଳେ ଏବେ ନିଆଁ ସବୁକିଛି ଛାରଖାର କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.