Below header

ସହିପାରିଲେନି ମା-ପତ୍ନୀଙ୍କ ଝଗଡା, ପତ୍ନୀକୁ ହାତୁଡିରେ ପିଟି ପିଟି ମାରିବା ପରେ ନିଜେ ଜୀବନ ହାରିଲେ ଯୁବକ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ପାରିବାରିକ ବିବାଦ ଯୋଗୁଁ ସ୍ବାମୀ ପତ୍ନୀଙ୍କୁ ହତ୍ଯା କରିବା ପରେ ନିଜେ ଆତ୍ମହତ୍ଯା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠିକାର ବାଗଲେ ଇଷ୍ଟେଟ ଥାନା ଅଧିନରେ ଥିବା ଅଞ୍ଚଳରୁ ଏମିତି ଖବର ଆସିଛି। ଏଠିକାର ଜଣେ ଯୁବକ ମା’ ଏବଂ ପତ୍ନୀଙ୍କ ଝଗଡାରେ ଦୁଃଖୀ ହୋଇ ପ୍ରଥମେ ନିଜ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ମାରିବା ପରେ ନିଜେ ଆତ୍ମହତ୍ଯା କରିନେଇଛନ୍ତି।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଥାନେ ଅଞ୍ଚଳର ଆକାଶ ସମୁଖରା (୨୯) ବର୍ଷୀୟ ଯୁବକ ଏମିତି କାଣ୍ଡ କରିଥିଲେ। ଏମାନେ ଏକ ଛୋଟ ଘରେ ରହୁଥିଲେ। ନିକଟରେ ହିଁ ଯୁବକ ଜଣକ ବିବାହ କରିଥିଲେ। ପ୍ରତିଦିନ ତାଙ୍କ ମା’ ଏବଂ ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା। ଯୁବକଙ୍କ ପତ୍ନୀ ଜଣକ ପରିବାର ଠାରୁ ଅଲଗା ହୋଇ ରହିବାକୁ ଚାହୁଁଥିଲେ। କିନ୍ତୁ ଯୁବକ ଜଣକ ବାପା ମା’ଙ୍କୁ ଛାଡି ପତ୍ନୀଙ୍କୁ ନେଇ ବାହାରେ ରହିବାର ସ୍ଥିତିରେ ନଥିଲେ। ଏହି କାରଣ ଯୋଗୁଁ ପ୍ରତିଦିନ ଝଗଡା ଲାଗୁଥିଲା। ଏଥିରେ ବିରକ୍ତି ହୋଇ ଯୁବକ ଏମିତି କାଣ୍ଡ ଘଟାଇଥିଲେ।

୧୭ ତାରିଖ ଦିନ ପରିବାରରେ ପତ୍ନୀ ଏବଂ ମାଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଏହି ଝଗଡା ଯୋଗୁଁ ଆକାଶ ରାଗିଯାଇ ହାତୁଡିରେ ପତ୍ନୀଙ୍କ ମୁଣ୍ଡକୁ ମାରିବାକୁ ଲାଗିଥିଲେ। ପତ୍ନୀକୁ ହାତୁଡିରେ ପିଟିପିଟି ମାରିବା ପରେ ନିଜେ ଯାଇ ଅନ୍ଯ ଏକ ରୁମରେ ପଙ୍ଖାରେ ଝୁଲି ଆତ୍ମହତ୍ଯା କରିଥିଲେ। ପୋଲିସ ଏକ ମାମଲା ରୁଜୁ କରୁ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.