ଶୋଇ ଶୋଇ ୧୧ ଲକ୍ଷ ଟଙ୍କା ରୋଜଗାର କଲେ ଟ୍ୟାକ୍ସି ଡ୍ରାଇଭର, କେମିତି ଜାଣନ୍ତୁ

ଦି ପଇସା ରୋଜଗାର କରିବାକୁ ହେଲେ ଦିନ ରାତି ପରିଶ୍ରମ କରିବାକୁ ପଡିଥାଏ । କିଛି ଥର ତ ଏମିତି ହୁଏ ହାଡ ଭଙ୍ଗା ପରିଶ୍ରମ କରିବା ପରେ ମଧ୍ୟ ଗୋଟେ ନୂଆ ପଇସା ଟିଏ ହାତକୁ ଆସେ ନାହିଁ । କିନ୍ତୁ ଜଣେ ଶୋଇ ଶୋଇଯେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ ଏକଥା ଆପଣଙ୍କର ବିଶ୍ୱାସ ହେଉନି ନା । କେବଳ ସ୍ବପ୍ନରେ ହିଁ ଏମିତ ଘଟଣା ଘଟେ | କିନ୍ତୁ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି । ଯିଏ ଶୋଇ ଶୋଇ ହିଁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଛନ୍ତି । ୨୬ ବର୍ଷୀୟ ଏହି ଯୁବକ ଜଣଙ୍କ ସାତ ଘଣ୍ଟା ଶୋଇ ୧୧ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । ଘଟଣାଟି ଶହେ ପ୍ରତିଶତ ସତ ।

ଆଉ ଏହି ଘଟଣା ପଛରେ ଏକ ରାଜ ବି ଲୁଚି ରହିଛି । ପ୍ରକୃତରେ ବ୍ୟକ୍ତି ଜଣଙ୍କ ଏସିଆନ ଏଂଡିଂ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାନ୍ତି । ଏଥିରେ ସେ ବିଭିନ୍ନ ଗେମିଙ୍ଗ ଗୁଡିକୁ ଷ୍ଟ୍ରିମିଙ୍ଗ ବି କରନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଥିବା ବେଳେ ସେ ଏଥିରେ ଶୋଇଥିବା ନଜର ଆସୁଛନ୍ତି । ଆଉ ଏହି ସମୟରେ କିଛି ବ୍ୟକ୍ତି ତାଙ୍କୁ ଟଙ୍କା ଡୋନେଟ କରି କରି ବ୍ୟସ୍ତ କରି ପକାଉଛନ୍ତି । ତାଙ୍କୁ ଡିଷ୍ଟର୍ବ କରିବା ଲକ୍ଷରେ ହିଁ ଏମିତି କରିଥିବା ଜଣାଯାଇଛି । ଏହି ଜରିଆରେ ତାଙ୍କ ପାଖକୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା । କିଛି ଜଣ ତ ତାଙ୍କୁ ଖାଲି ସେମିତି ଡ଼ରେଇବାକୁ ବି ଚେଷ୍ଟା କରିଥିଲେ ।

ଖାଲି ସେତିକି ନୁହେଁ ଭିଡିଓ ଟିକୁ ଅପଲୋଡ଼ କରିବା ପରେ ତାଙ୍କର ୧୬୦୦୦ ଡ଼ଲାର ରୋଜଗାର ହୋଇଛି । ଏଯାବତ ଭିଡିଓଟିକୁ ଏକ ଲକ୍ଷରୁ ଅଧିକ ଜଣ ଦେଖି ସାରିଲେଣି । ଖୁବ କମ ସମୟ ଓ ପରିଶ୍ରମରେ ଏତେ ଟଙ୍କା ତାଙ୍କ ପାଖକୁ ଆସିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ବ୍ୟକ୍ତି ଜଣଙ୍କ । ଆଉ ଏହା ମଧ୍ୟ କହିଛନ୍ତିକି, ଜଣେ ଡ୍ରାଇଭର ଭାବେ ଏତେ ଟଙ୍କା ଧରିବା ତାଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ । ତେଣୁ ସେ ଖୁବ ଖୁସିଥିବା ବେଳେ ନିଜ ଆବଶ୍ୟକତାରେ ଏଗୁଡ଼ିକୁ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.