ବାବା ରାମଦେବ ଲଞ୍ଚ କଲେ କରୋନା ଔଷଧ ‘କରୋନିଲ୍’, WHO ପକ୍ଷରୁ ମିଳିଛି ଅନୁମତି

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ଆଉ ଏକ ଔଷଧ ଲଞ୍ଚ କରିଛନ୍ତି। ନୂଆ ଔଷଧ ଲଞ୍ଚ ସମୟରେ କେନ୍ଦ୍ରୀ ସ୍ବାସ୍ଥ୍ଯମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ନୂଆ ଔଷଧର ନାମ କରୋନିଲ ରହିଛି। ଏଥିସହ ବାବା ରାମଦେବଙ୍କ ବ୍ୟତୀତ ପତଞ୍ଜଳି CEO ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ ଉପସ୍ଥିତ ରହିଥିଲେ। ଏହି କରୋନିଲ ଟାବଲେଟ ଦ୍ବାରା କୋଭିଡର ଚିକିତ୍ସା କରାଯାଇପାରିବ।
ଆୟୁଷ ମନ୍ତ୍ରଣାଳୟ. କୋରୋନିଲ ଔଷଧକୁ କରୋନା ଔଷଧ ଭାବେ ସ୍ବୀକାର କରିଛି। ଏହି ନୂଆ କୋରୋନିଲ ଔଷଧ CoPP-WHO GMP ସାର୍ଟିଫାଏଡ ବୋଲି ପତଞ୍ଜଳି କହିଛି।
#Patanjalis_EvidenceBased_Medicine4Corona #PatanjaliCoronil https://t.co/NNzY6vTkoM
— Patanjali Ayurved (@PypAyurved) February 19, 2021
ଏହା ପୂର୍ବରୁ ପତଞ୍ଜଳି ୨୩ ଜୁନ ୨୦୨୦ରେ କରୋନା କିଟ୍ ଲଞ୍ଚ କରିଥିଲେ । ଯେଉଁଥିରେ ମାତ୍ର ୭ ଦିନରେ କରୋନାରୁ ଆରୋଗ୍ୟ ମିଳୁଥିବା ଦାବି କରାଯାଇଥିଲା । ଆଉ ଯେତେବେଳେ ଏହା ଲଞ୍ଚ ହୋଇଥଲା ସେତେବେଳେ ଏହାକୁ ନେଇ ବହୁ ବିବାଦ ଉପୁଜିଥିଲା ।