ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ, ୫ ଆଇରନ ବୋଝେଇ ଡମ୍ପର ଜବତ

କେନ୍ଦୁଝର: ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ। ଜବତ ହେଲା ୫ ଆଇରନ ବୋଝେଇ ଡମ୍ପର। ଗତକାଲି ରାତି ପ୍ରାୟ ୧ଟାରେ ବଡବିଲ ରେଞ୍ଜ ଅଂସେଇକଳା ନିକଟରୁ ଜବତ କରିଛି ବନବିଭାଗ।

ଡମ୍ପର ସହ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିଛି । ଡ୍ରାଇଭର ଓ ହେଲପର ଗାଡି ଛାଡି ଫେରାର ହୋଇଯାଇଛନ୍ତି। ଝାଡଖଣ୍ଡକୁ ଚୋରା ଚାଲାଣ ବେଳେ ଖବର ପାଇ ବଡବିଲ ରେଞ୍ଜ ଅଧିକାରୀ ବନବିଭାଗ ଚଢାଉ କରିଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.