ପାକ୍‌ ସେନା ଓ ଜିହାଦୀ କମାଣ୍ଡରଙ୍କୁ ଝିଅ ଚାଲାଣ କରୁଥିଲା ଆତଙ୍କି ସୟଦ ହାଫିଜ୍‌, ପିଓକେ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ବିସ୍ଫୋରକ ବୟାନ୍‌

ଆତଙ୍କି ମିସନ ଓ ଟ୍ରେନିଙ୍ଗ୍‌ରୁ ଫେରୁଥିବା ଜିହାଦୀ କମାଣ୍ଡରଙ୍କୁ ସନ୍ତୁଷ୍ଟ କରିବା ପାଇଁ ହାଫିଜ୍‌ ଚାଲାଣ କରୁଥିଲା ଝିଅ । ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ପିଓକେର ଜଣେ ରାଜନୈତିକ କର୍ମକର୍ତ୍ତା ଅମ୍‌ଜଦ୍‌ ଅୟବ୍‌ ମିର୍ଜା ।

ହାଫିଜ୍‌ ସୟଦ୍‌ର ସଂଗଠନ ଜମାତ୍‌ ଉଦ୍‌ ଦାବା ପିଓକେରେ ରହୁଥିବା ସେନାଧିକାରୀ ଓ ଜେହାଦୀଙ୍କୁ ଖୁସି କରିବା ପାଇଁ ଝିଅ ଚାଲାଣ କରୁଥିଲା । ନିକଟରେ ଜମାତ୍‌ ଉଦ୍‌ ଦାବା ଗୋଷ୍ଠୀର ଜଣେ ନେତା ସୟଦ୍‌ ସମୀର ବୁଖାରୀକୁ ସେକ୍ସ ର‍୍ୟାକେଟ୍‌ ଧନ୍ଦା ଚଳାଉଥିବା ଅପରାଧରେ ଗିରଫ କରିବା ପରେ ଏହି ସୂଚନା ପଦାକୁ ଆସିଛି ।

ମିର୍ଜା ଏହା ଉପରେ ତାଙ୍କର ପ୍ରତିକ୍ରୀୟା ରଖି କହିଛନ୍ତି ଯେ‘ ଏହା ନୂଆ କଥା ନୁହେଁ ପିଓକେ ଅଞ୍ଚଳର ଆମ ମା’ଝିଅଙ୍କୁ ଉଦ୍‌ ଦାବା ଗୋଷ୍ଠୀ ବେଶ୍ୟାବୃତ୍ତିରେ ଲଗାଉଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି ବୋଲି ଏହି ରାଜନୈତିକ କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.