ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଜି ହୋଇପାରେ ଆଫତାବର ପଲିଗ୍ରାଫ ଟେଷ୍ଟ

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଜି ହୋଇପାରେ ଆଫତାବର ପଲିଗ୍ରାଫ ଟେଷ୍ଟ । ଗତକାଲି ଜ୍ୱର ହେବାରୁ ପଲିଗ୍ରାଫ ଟେଷ୍ଟ ହୋଇପାରିନଥିଲା । ଅସୁସ୍ଥ ଥିବା ବେଳେ ଟେଷ୍ଟ କଲେ, ରେଜଲ୍ଟ ତ୍ରୁଟିପୂର୍ଣ୍ଣ ଆସିପାରେ । ପଲିଗ୍ରାଫ ଟେଷ୍ଟ ପରେ ଆଫତାବର ନାର୍କୋ ଟେଷ୍ଟ କରାଯିବ । ପୋଲିସକୁ ଭୂଆଁ ବୁଲାଉଥିବାରୁ ଓ ବାରମ୍ବାର ବୟାନ ବଦଳାଉଥିବାରୁ ତାର ଲାଏ ଡିଟେକସନ୍ ଟେଷ୍ଟ କରିବ ଦିଲ୍ଲୀ ପୋଲିସ । ସକାଳେ ଦିଲ୍ଲୀ ମେହେରୁଲି ପୋଲିସ ଷ୍ଟେସନରୁ ଆଫତାବ୍ ଅଣାଯାଇଛି ।
ଗତକାଲି ଆଫତାବର ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ଦିଲ୍ଲୀ ପୋଲିସ । ଆଫତାବ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିବା ତା’ର ପରିବାର ଲୋକ ଜାଣିଥିଲେ । ଲିଭ୍ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିଥିଲା । ପରେ ଜଙ୍ଗଲରେ ଫିଙ୍ଗିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । କୋର୍ଟରେ ବିଚାରପତିଙ୍କ ଆଗେର ଦୋଷ ସ୍ୱୀକାର କରିଛି ଆଫତାବ । କିନ୍ତୁ ଏଯାଏ ପୋଲିସ ହତ୍ୟାରେ ବ୍ୟବହୃତ ହତିଆର, ଶ୍ରଦ୍ଧାଙ୍କ ଖପୁରୀ ଓ ମୋବାଇଲ୍ ଫୋନ୍ ପାଇନି । ଜବତ ହାଡ଼ର ଡିଏନ୍ଏ ଟେଷ୍ଟ କରାଯାିଛି । ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ କରୁଛି ଦିଲ୍ଲୀ ପୋଲିସ ।
ଏପଟେ ଆଫତାବକୁ ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ କୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ପୋଲିସ୍ ତାକୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଯାହା ଗତକାଲି ଶେଷ ହେବା ପରେ ଏହାକୁ କୋର୍ଟ ଆଉ ୪ ଦିନ ବଢ଼ାଇଛନ୍ତି । ଗତକାଲି ଆଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ସେଥିରେ ପୋଲିସ୍ ତାକୁ ୧୫ରୁ ୨୦ଟି ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି ।
ସୂଚନାଥାଉ କି, ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଆଫ୍ତାବ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶଗୁଡ଼ିକୁ ଘର ଭିତର ଫ୍ରିଜ୍ରେ ଲୁଚାଇ ରଖିଥିଲେ। ଏଥିପାଇଁ ସେ ଏକ ନୂଆ ବଡ଼ ଫ୍ରିଜ୍ କିଣିଥିଲେ। ୧୮ ମେ’ରେ ଆଫ୍ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ଘଟଣାର ୫ ମାସ ପରେ ପୋଲିସ ହତ୍ୟା ଅଭିଯୋଗରେ ଆଫ୍ତାବଙ୍କୁ ଗିରଫ କରିଛି।