ଭିସୁଟରେ ପୁଣି ଥରେ ରାଗିଂ ହୋଇଥିବା ଅଭିଯୋଗ, କମିଟି କରୁଛି ତଦନ୍ତ

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁର (ଭିସୁଟ) ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ରେ ପୁଣି ଥରେ ରାଗିଂ ହୋଇଥିବା ଅଭିଯୋଗ। ଏନେଇ ବିଶ୍ୱ ବିଦ୍ୟାଳୟର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିବା ଭିସୁଟର କୂଳପତି ସୂଚନା ଦେଇଛନ୍ତି । ତେବେ ଏନେଇ ଏକ କମିଟି ତଦନ୍ତ କରୁଛି । ଏହା ରାଗିଂ ନା ଅନ୍ୟ କିଛି ତାହା କମିଟି ତଦନ୍ତ କରୁଛି ।

ତେବେ ମିଳିଥିବା ସୂଚନା ଅନୁସାରେ ତୃତୀୟ ବର୍ଷ ର କେତେକ ଛାତ୍ର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ରାଗିଂ ହୋଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ପ୍ରଫେସର ବଂଶୀଧର ମାଝୀ ସୂଚନା ଦେଇଛନ୍ତି । ତେବେ ଏନେଇ ବୁର୍ଲା ଥାନାରେ ବର୍ତମାନ ସୁଦ୍ଧା ଅଭିଯୋଗ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.