୫ ରାଜ୍ୟ ପରାଜୟ ପରେ କଂଗ୍ରେସର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀଙ୍କ ହେବ ମାନସମନ୍ଥନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ପରାଜୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ବସୁଛି ସିଡବ୍ଲୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୫ ରାଜ୍ୟରେ ଶୋଚନୀୟ ପରାଜୟର ୩ ଦିନ ପରେ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ । ଅପରାହ୍‌ଣ ୪ଟାରେ ବୈଠକ ହେବ । ଆସନ୍ତା ସେପଟେମ୍ବରରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର ଅଛି । ବୈଠକରେ ଏ ଦିଗରେ କିଛି ଅଗ୍ରଗତି ହୋଇପାରେ । ଆଜିର ବୈଠକରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ କଂଗ୍ରେସ ଏହାକୁ ଖଣ୍ଡନ କରିଛି । ଏହା ମିଥ୍ୟା ଖବର ବୋଲି କଂଗ୍ରେସ କହିିଛି । ପୂର୍ବରୁ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦଳରେ ଝଡ଼ ଉଠିଥିଲା । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ ପୁଣି ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ ଏବଂ ଗୋଆରେ ଦଳକୁ ଶକ୍ତ ଧକ୍କା ଲାଗିଥିବାବେଳେ ପଞ୍ଜାବରେ ସରକାର ଗାଦିଚ୍ୟୁତ ହେବା ଘଟଣାକୁ ବରିଷ୍ଠ ନେତା ଆଦୌ ସହ୍ୟ କରିପାରିନାହାଁନ୍ତି।

 

Leave A Reply

Your email address will not be published.