Below header

ନଜର ପକାନ୍ତୁ ଅପରାହ୍ନର ତାଜା ଖବର ଉପରେ

୧- ଆସୁଛି ବଡ଼ ବାତ୍ୟା । ଯାହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ତାମିଲନାଡୁ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଭାରତ ମହାସାଗର ଏବଂ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ଏହି ବାତ୍ୟା ଘନୀଭୂତ ହୋଇଛି ।

୨-ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରି ନାହିଁ । ଏଠାରେ ଅଜୟ ରାୟ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

୩-ନିର୍ବାଚନୀ ବାକ୍‌ବିତଣ୍ଡା ଜାରି ରହିଥିବା ବେଳେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ସୁରେଶ ଖନ୍ନା କହିଛନ୍ତି ମାୟାବତୀ ହେଉଛନ୍ତି ଏକ ଫ୍ୟୁଜ୍‌ ଟ୍ରାନ୍ସଫର୍ମର ।

୪-ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ-ଉନ୍‌ ଆଜି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିଛନ୍ତି । ରୁଷିଆର ଭ୍ଲାଦିଭସ୍ତୋକ ସହରରେ ଏହି ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି ।

୫-ଆମେରିକା ଏବଂ ଓମାନ୍‌କୁ ଦିନିକିଆ ଆନ୍ତର୍ଜାତିକ ଟିମ୍‌ ମାନ୍ୟତା ମିଳିଲା । ଏବେ ଖେଳି ପାରିବେ ଦିନିକିଆ ମ୍ୟାଚ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.