Below header

ପୁଣି ଥରେ କପିଲଙ୍କ ଶୋରେ ନଜର ଆସିବେ ସୁନିଲ ଗ୍ରୋଭର !

ମୁମ୍ବାଇ : ଗତବର୍ଷ ପ୍ରସିଦ୍ଧ ହାସ୍ୟଅଭିନେତା କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପ୍ରାୟ ସମସ୍ତଙ୍କୁ ଜଣା। ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ପ୍ରଭାବ ତାଙ୍କ ଫ୍ୟାନ୍ ଏବଂ ଶୋ ଉପରେ ପଡିଥିଲା। ଏପରିକି ଶୋର ଟିଆରପି କମ ହୋଇଯିବା ପରେ ତାହାକୁ ବନ୍ଦ ମଧ୍ୟ କରିବାକୁ ପଡିଥିଲା। କିନ୍ତୁ ଏବେ ମିଳିଥିବା ଖବର ମୁତାବକ, ପୁଣିଥରେ ଦୁଇ କମେଡିୟାନଙ୍କୁ ଏକା ସାଥିରେ ଗୋଟିଏ ମଞ୍ଚ ଉପରେ ଦେଖିବାକୁ ମିଳିବ। ନିଜ ମଧ୍ୟରେ ଥିବା ଝଗଡ଼ାକୁ ଭୁଲାଇ ଏକା ସାଙ୍ଗରେ ପରଦାରେ ନଜର ଆସିବାକୁ ଯାଉଛନ୍ତି କପିଲ ଏବଂ ସୁନିଲ୍ ।

sunil salman and kapil

ମିଡିଆ ରିପୋର୍ଟ ମୁତାବକ,  ସୋନି ଟିଭି ଚ୍ୟାନେଲରେ ଚାଲୁଥିବା କପିଲଶର୍ମା କମେଡି ଶୋରେ ଜୁନ ମାସରେ ସୁନିଲଙ୍କୁ ଦେଖାଯାଇପାରେ। ତେବେ ତାଙ୍କୁ ଶୋରେ କଳାକାର ଭାବେ ନୁହଁ ବରଂ ଅତିଥି ଭାବେ ଦେଖିବାକୁ ମିଳିପାରେ। କୁହାଯାଉଛି କି , ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଯିଏକି କପିଲଙ୍କ ଶୋର ପ୍ରଡ୍ୟୁସର ମଧ୍ୟ ସେ ତାଙ୍କ ଫିଲ୍ମ ଭାରତର ପ୍ରୋମସନ ପାଇଁ ସୁନିଲଙ୍କ ସହ ଶୋରେ ନଜର ଆସିପାରନ୍ତି । ତେବେ ଏହି ଖବର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.