ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପାଇଁ ଆସିଥିଲେ ପୁରୀ

ପୁରୀ(କେନ୍ୟୁଜ୍) : ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ନିଜ ପରିବାର ସହ ପୁରୀରେ ପହଁଚିବା ପରେ କୌଳିକ ପଣ୍ଡାଙ୍କ ସହ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ମାନସିକ ପୂରଣ ପାଇଁ ପୁରୀ ଆସିଥିବା କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ । ମନ୍ଦିର ପ୍ରଶାସନ ପକ୍ଷରୁ ମିଥୁନଙ୍କ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଆଜି ବ୍ରାହ୍ମଣ ଭୋଜନ ଏବଂ ଧ୍ବଜା ବାନ୍ଧିବା ପରେ ସେ ନିଜ ଘରକୁ ଫେରିଯିବେ ବୋଲି ସୂଚନାମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.