Below header

ଭାରତୀୟ ସେନାରେ ମିଳିବ ମହିଳାଙ୍କୁ ସୁଯୋଗ, ଜାଣନ୍ତୁ ଆବେଦନ ନେଇ ସମସ୍ତ ଖବର

ନୂଆଦିଲ୍ଲୀ : ସେନା ପୋଲିସ ଭାବେ ମହିଳାଙ୍କ ଭର୍ତ୍ତି ପାଇଁ ଭାରତୀୟ ସ୍ଥଳସେନା ପ୍ରଥମଥର ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି। ସ୍ଥଳସେନାର ଅଧ୍ୟକ୍ଷ ଜେନେରାଲ ବିପିନ ରାବତ୍ ରକ୍ଷା ମନ୍ତ୍ରାଳୟରେ ସେନାରେ ମହିଳାଙ୍କ ଭର୍ତ୍ତି ନେଇ ପ୍ରସ୍ତାବ ରଖିଥିଲେ।ଯାହାକୁ ଏବେ ମଞ୍ଜୁର କରାଯାଇଛି। ଏନେଇ ଏବେ ସେନାରେ ମହିଳା୍ଙ୍କ ଜେନେରାଲ ଜବାନ ଡ୍ୟୁଟିରେ ଭର୍ତ୍ତି ପାଇଁ ଆଜି ଅର୍ଥାତ୍ ୨୫ ଏପ୍ରିଲରେ ଅନଲାଇନରେ ନୋଟିଫିକେସନ ଜାରି କରାଯାଇଛି। ଏହି ଆବେଦନର ସମସ୍ତ ବିବରଣୀ ଭାରତୀୟ ସ୍ଥଳସେନାର ଆଧିକାରୀକ ୱେବସାଇଟ joinindianarmy.nic.in ରେ ଉପଲବ୍ଧ କରାଯାଇଛି।

army

ଆବେଦନ ପ୍ରକ୍ରିୟା

ସେନାରେ ଭର୍ତ୍ତିର ପ୍ରକ୍ରିୟା ୨୫ ଏପ୍ରିଲ ୨୦୧୯ରୁ ଆରମ୍ଭ ହେବାକୁ ଯାଉଛି। ଯାହାର ଅନ୍ତିମ ତାରିଖ ୮ ଜୁନ ୨୦୧୯ ରହିଛି। ଆବେଦନକାରୀଙ୍କୁ ପ୍ରଥମେ କମନ ଏଣ୍ଟ୍ରାସ ପରୀକ୍ଷା ଦେବାକୁ ପଡିବ। ଏହାପରେ ଫିଜିକାଲ ଅନଡ୍ୟୁରାନ୍ସ ଟେଷ୍ଟ(ପିଇଟି) ହେବ। ଏଥିରେ ୧୦୦ଜଣ ଆବେଦନକାରୀଙ୍କୁ ସଫଳ ଭାବେ ଚୟନ କରାଯିବ।ଯାହାଙ୍କୁ ସେନା ପୋଲିସ ଭାବେ ନିଯୁକ୍ତି ମିଳିବ।  ସେନାର ଏହି ଆବେଦନ ପାଇଁ ବୟସ ସୀମା ୧୭-୨୧ ବର୍ଷ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.