କାନ୍ଧରେ ମଲା ହରିଣ ଧରି ମ୍ୟାକଡୋନଲ୍ଡରେ ପହଁଚିଲେ ଶିକାରୀ, ଭିଡିଓ ହେଲା ଭାଇରାଲ

ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କର ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ମଧ୍ୟ ଡରିଯିବେ । ଭିଡିଓରେ ଆପଣ ଦେଖିପାରିବେ କିଭଳି ଭାବେ ଜଣେ ବ୍ୟକ୍ତି ନିଜ କାନ୍ଧରେ ଏକ ମଲା ହରିଣକୁ ଧରି ମ୍ୟାକଡୋନଲ୍ଡ ଭିତରକୁ ପସିଯାଉଛନ୍ତି । ସେଠାରେ ବସିଥିବା ଲୋକ ମାନେ ମଧ୍ୟ ବ୍ୟକ୍ତି ଜଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଭିଡିଓଟିକୁ ଲୋକେ ବହୁମାତ୍ରାରେ ଫେସବୁକରେ ସେୟାର କରୁଛନ୍ତି । ସବୁଠାରୁ ପ୍ରଥମେ ଯିଏ ଏହି ଭିଡିଓକୁ ସେୟାର କରିଥିଲେ ତାଙ୍କ ନାଁ ହେଉଛି ଟେହେନାରିଓ ଟେଟାହ୍ବିରୋ(tehnairo tetawhero) ।

ଆଜ୍ଞା ହଁ, ଟେହେନାରିଓ ଟେଟାହ୍ବିରୋ କହିଛନ୍ତି କି, ସେ ତିନି ଦିନ ହେବ ନିଜର ଏକ ସାଙ୍ଗ ସହିତ ଶିକାର ପାଇଁ ଯାଇଥିଲେ । ଆସିବା ସମୟରେ ରାତି ହୋଇଯାଇଥିଲା ଯାହାଫଳରେ ସେ ମ୍ୟାକଡୋନଲ୍ଡକୁ ଯାଇଥିଲେ । ଭୋକ ବହୁତ ଲାଗୁଥିଲା । ତେଣୁ ଗାଡିକୁ ଅଟକାଇ ସିଧା କାଉଣ୍ଟରକୁ ଅର୍ଡର କରିବାକୁ ପଳାଇଥିଲେ ।

ଦେଖନ୍ତୁ ଏହି ଭିଡିଓ:

https://www.facebook.com/blake.horton.5494/videos/1138590609652880/

ଟେହେନାରିଓ କହିଛନ୍ତି କି, ଯେତେବେଳେ ସେ କାଉଣ୍ଟରକୁ ବର୍ଗର ଅର୍ଡର ଦେଉଥିଲେ ସେହି ସମୟରେ ଜଣେ ମହିଳା ସେଠାକୁ ଆସି ତାଙ୍କୁ ଦେଖି ସ୍ତବ୍ଧ ହୋଇଯାଇଥିଲେ । ମହିଳା ଜଣଙ୍କ ପ୍ରଥମେ ତାଙ୍କୁ ନିଜର ବର୍ଗର ଦେଇ କାଉଣ୍ଟରରୁ ହଟାଇଥିଲେ କାରଣ ଆଖପାଖରେ ଥିବା ଲୋକଙ୍କ ରିଆକ୍ସସନ୍ ବହୁତ ଖରାପ ଥିଲା । କିନ୍ତୁ ସେଠାରେ କୌଣସି ହଙ୍ଗାମା ହୋଇନଥିଲା । ତେବେ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଏହି ଘଟଣା ଶୁଣିବା ପରେ ବହୁତ ସଭିଁଏ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.