Below header

ଜମ୍ମୁ-କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ପୁଣି ଆଗ୍ରହ ଦେଖାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ପୁଣି ଆଗ୍ରହ ଦେଖାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୱାସିଂଟନ୍‌ରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୁଇ ସପ୍ତାହ ପୂର୍ବରୁ ଭାରତ-ପାକିସ୍ଥାନ ମଧ୍ୟରେ ଯେଉଁଭଳି ତିକ୍ତତା ରହିଥିଲା ତାହା ଏବେ କମ୍‌ ହୋଇଛି । ଏଥିସହ ଭାରତ ଓ ପାକିସ୍ତାନକୁ ପୁଣି ଥରେ ମଧ୍ୟସ୍ଥତାର ଅଫର ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ମଧ୍ୟସ୍ଥତା ସେତବେଳେ ସମ୍ଭବ ହେବ ଯେତବେଳେ ଦୁଇ ଦେଶ ମଧ୍ୟସ୍ଥତା ପାଇଁ ରାଜି ହେବେ । ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଏକାଧିକ ପ୍ରତିକ୍ରିୟାମାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜମ୍ମୁ କାଶ୍ମୀରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.