ଅତିଶୀଘ୍ର ସ୍ମାର୍ଟ ସହର ଗୁଡିକୁ ମିଳିବ ଅଧିକ ସୁବିଧା, ଗୋଟିଏ କ୍ଲିକରେ ପାଇପାରିବେ ସ୍ୱଚ୍ଛତା ରେଟିଙ୍ଗ

କିଛି ଦିନ ତଳେ କେନ୍ଦ୍ର ସରକାର ସହର ଗୁଡିକର ସ୍ୱଚ୍ଛତା ରେଟିଙ୍ଗ ଆରମ୍ଭ କରିଥିଲେ । ଏବେ କିନ୍ତୁ ପୁଣି ବିଭିନ୍ନ ସହର, ଗଳି ଓ ମହଲ ଗୁଡିକର ସ୍ୱଚ୍ଛତା ରେଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପାଇଲଟ ପ୍ରୋଜେକ୍ଟ ଆଧାରରେ ଆସନ୍ତା ଗୋଟେ ସପ୍ତାହ ଭିତରେ ଉତ୍ତର ପ୍ରଦେଶର ବାରଣାସୀ ସହରର ବିଭିନ୍ନ ଗଳି କାନ୍ଦି ଗୁଡିକର ସ୍ୱଚ୍ଛତା ଉପରେ ଦୃଷ୍ଟି ଦିଆଯିବ ।ଏହାସହ ଆସନ୍ତା ଅକ୍ଟୋବର ମାସ ଭିତରେ ମହାରାଷ୍ଟ୍ର ରାଜ୍ୟର ପୁଣେ ସହରର ସୁରକ୍ଷା ରେଟିଙ୍ଗ ଅତିଶୀଘ୍ର ଆରମ୍ଭ କରାଯିବ।

କେନ୍ଦ୍ରୀୟ ଆବାସ ଓ ସହରୀ ମନ୍ତ୍ରାଲୟ ଦୁର୍ଗା ଶଙ୍କର ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସ୍ମାର୍ଟ ସିଟି ମଡେଲ ଅନୁସାରେ ମନ୍ତ୍ରାଳୟ ସମସ୍ତ ମଡେଲ ତିଆରି କରୁଛି । କିନ୍ତୁ ବର୍ତମାନ ସମୟରେ ସ୍ୱଚ୍ଛତା ଓ ସୁରକ୍ଷା ଆଧାରରେ ହିଁ କାମ ଚାଲିଛି। ଏହାର ସଫଳତା ପରେ ଅନ୍ୟ ସହର ଗୁଡିକ ଏହି ସମାନ ଆଧାରରେ କାମ ଆରମ୍ଭ କରିବେ। ଏଥିରେ ସହରର ଅନଲାଇନ ଡାଟା ଗୁଡିକୁ ହିଁ ଅଧିକ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ଯେ ୨୦୨୪ ମସିହା ସୁଦ୍ଧା ଦେଶର ଚାରି ହଜାରରୁ ଅଧିକ ସହର ଗୁଡିକର ଡାଟା ଏକ ସମାନ ସ୍ଥରକୁ ଆସି ଯିବ । ବିଭିନ୍ନ ଅଂଚଳର ଲୋକେ ଏହି ତଥ୍ୟ ଗୁଡିକୁ ଉପଯୋଗ କରି ପାରିବେ ।

ଏହି ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଆଧାରରେ ପୁଣେ ସହରର ତଥ୍ୟ ସବୁଠୁ ଭଲ ହେବ ବୋଲି ଆଶା କରାଯାଉଛି । ଏହି ମନ୍ତ୍ରାଳୟର ‘ଇଣ୍ଡିଆନ ଅର୍ବନ ଅବଜେକ୍ତରି’ ବିଭାଗ ଭିନ୍ନ ଭିନ୍ନ ସହରର ତଥ୍ୟ
ଆଧାରରେ ହିଁ ନିଜ ନିଜ କାମ ଆରମ୍ଭ କରିଛନ୍ତି । ଏଥିରେ ସହର ଗୁଡିକର କ୍ରାଇମ ରେକର୍ଡ, ସଡକ ଓ ଗଳି ଗୁଡିକର ପ୍ରସ୍ତୁତିର ଢାଞ୍ଚା, ଆଲୋକୀ କରଣ, ସହରର ଜନସଂଖ୍ୟା, ପୋଲିସ ପେଟ୍ରୋଲିଙ୍ଗର ଅବସ୍ଥା, ସହରରେ ଲାଗିଥିବା ସିସିଟିଭି ଆଧାରରେ ହିଁ ସୁରକ୍ଷା ରେକର୍ଡ ପ୍ରସ୍ତୁତ କରାଯିବ। ଅଧିକାରୀ ମାନଙ୍କ ମୁତାବକ ସହରରେ ଥିବା ନିବେଶକ ମାନଙ୍କୁ ଏହା ଦ୍ୱାରା ବିଶେଷ ଲାଭ ମିଳିପାରିବ । ରିୟଲ ଇଷ୍ଟେଟ ଗୁଡିକର ସୁରକ୍ଷା ରେଟିଙ୍ଗ ଲଗାତାର ଭାବେ ଭଲ ରହି ଆସୁଛି ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ସାଧାରଣ ଜନତା ଅଧିକ ଲାଭ ମିଳୁଥିବା ସ୍ଥାନରେ ହିଁ ନିବେଶ କରିବାକୁ ବେଶୀ ପସନ୍ଦ କରିଥାନ୍ତି । ତଥ୍ୟ ଗୁଡିକ ଅନଲାଇନରେ ପବ୍ଲିସ ହେବା ଦ୍ୱାରା ସେମାନେ ମଧ୍ୟ ଉପକୃତ ହୋଇପାରିବେ।

ଏହା ସହ ପଢନ୍ତୁ: ନୂଆ ମୋଟର ଯାନ ନିୟମ ସପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ରାୟ, କହିଲେ ଲୋକଙ୍କ ସୁରକ୍ଷା ପାଇଁ କଡ଼ା ଜରିମାନା ଲଗା ଯାଉଛି

ମନ୍ତ୍ରାଳୟ  ବାରଣାସୀର ସ୍ୱଚ୍ଛତା ଆଧାରରେ ଏକ ପୋର୍ଟାଲ ବ୍ୟବସ୍ତା ଆରମ୍ଭ କରିଛନ୍ତି । ଯେଉଁଥିରେ ବିଗତ ସତ ଦିନ ଭିତରେ ପ୍ରାୟ ୬୦,୦୦୦ ଲୋକ ନିଜ ନିଜ ଫିଡ଼ବ୍ୟାକ ଦେଇସାରିଲେଣି । ଅଧିକାରୀ ମାନଙ୍କ କହିବା ଅନୁସାରେ ଏହାକୁ ଆସନ୍ତା ଏକ ସପ୍ତାହ ଭିତରେ ଅନଲାଇନ ବ୍ୟବସ୍ଥାରେ ପରିଣତ କରିଦିଆଯିବ । ଲୋକମାନେ ଏହା ଦ୍ୱାରା ସହଜରେ ନିଜ ସହରର ସ୍ୱଚ୍ଛତା ସମ୍ପର୍କରେ ଅଧିକ ରୁ ଅଧିକ ତଥ୍ୟ ପାଇପାରିବେ। ତାହା ସହ ଜାଣିପାରିବେ ସେମାନେ ରହୁଥିବା ସ୍ଥାନ ଗୁଡିକ କେତେ ସୁରକ୍ଷିତ। ଏହା ଦ୍ୱାରା ଲୋକ ମାନଙ୍କ ମଧ୍ୟରେ ନିଜ ନିଜ ସ୍ଥାନକୁ ସଫା ସୁତୁରା ରଖିବାର ଆଗ୍ରହ ମଧ୍ୟ ବଢିବ ।

୨୦୨୪ ସୁଦ୍ଧା ସବୁ ସହରରେ ହେବ ତଥ୍ୟ ହେବ ଅନଲାଇନ:

ମନ୍ତ୍ରାଳୟ ଏହି ଦିଗଗୁଡିକ ପ୍ରତି ଲକ୍ଷ ରଖିବା ପାଇଁ ହିଁ ‘ଇଣ୍ଡିଆନ ଅର୍ବନ ଅବଜେକଟୋରି’ ନାମକ ଏକ ସଂଗଠନର ଗଠନ କରିଥିଲେ । ଏହି ଯୋଜନା ଅନୁସାରେ ୨୦୨୦ ମସିହା ଶେଷ ସୁଦ୍ଧା ପୂର୍ବରୁ ନାମକରଣ ହୋଇଥିବା ସମସ୍ତ ୧୦୦ଟି ସ୍ମାର୍ଟ ସହର ଗୁଡିକର ସ୍ୱାସ୍ଥ୍ୟ,ଟ୍ରାଫିକ,ପରିବହନ,ସୁରକ୍ଷା ପ୍ରତି ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ଅର୍ଥାତ ମସିହା ସୁଦ୍ଧା ୨୦୨୨ ‘ମିଶନ ଅମୃତ’ ଅନ୍ତର୍ଗତ ସମସ୍ତ ୫୦୦ ସହର ୨୦୨୪ ଭିତରେ ୪୦୦୦ ରୁ ଅଧିକ ସହରର ତଥ୍ୟ ଗୁଡିକୁ ଅନଲାଇନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ସାଧାରଣ ଲୋକେ ନିଜ ନିଜ ଆବଶ୍ୟକତା ଅନୁଯାୟୀ ତଥ୍ୟ ପାଇପାରିବେ। ସେହିଠାରେ ସରକାରୀ ସଂସ୍ଥା, ସୁରକ୍ଷା ଏଜେନ୍ସି, ଓ ବିଭିନ୍ନ ବେସରକାରୀ ସଂସ୍ଥା ଗୁଡିକର ସେମାନଙ୍କ ଦାବି ଅନୁଯାୟୀ ହିଁ ତଥ୍ୟ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.