ଜମ୍ମୁ-କାଶ୍ମୀର ପୋଲିସକୁ ବଡ ଧରଣର ସଫଳତା, ସୋପାରରୁ ଲକ୍ସର-ଏ ତୋଏବାର ୮ ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀର: ଭାରତ ବିରୋଧରେ ଆତଙ୍କୀ ଷଡ଼ଯନ୍ତ୍ର କରୁଥିବା ପାକିସ୍ତାନକୁ ଶକ୍ତ ଚାପୁଡ଼ା । ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଏହାର କଡ଼ା ଯବାବ ଦେଇଛି ଭାରତ । ସୋମବାର ଜମ୍ମୁ କାଶ୍ମୀରର ସୋପର ଅଞ୍ଚଳରୁ ଲସ୍କର ଏ ତୋଇବାର ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ କାଶ୍ମୀର ଜୋନ୍‌ ପୋଲିସ ଟ୍ଵିଟ୍‌ କରି ସୂଚନା ଦେଇଛି । ଗିରଫ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଧମକ ଚମକ ଦେବା ସହ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.