‘ବାହାରୋଁ ଫୁଲ୍ ବରଷାଓ ମେରା ମେହେବୁବ୍ ଆୟା ହେ’, ଜାଣନ୍ତୁ ସଂସଦରେ ଏପରି କାହିଁକି କହିଲେ ସାଂସଦ ଅସଦୁଦ୍ଦିନ୍ ଓୱେସି

ନୂଆଦିଲ୍ଲୀ: ଗୁରୁବାର ଲୋକସଭାରେ ‘ତିନି ତଲାକ୍’ ବିଲ୍ ଉପରେ ବହୁ ତର୍କ ବିତର୍କ ହୋଇଥିଲା । ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ୍( AIMIM) ପ୍ରମୁଖ ଅସଦୁଦ୍ଦିନ୍ ଓୱେସି ଏହି ବିଲ୍ କୁ ବିରୋଧ କରିଥିଲେ ଏବଂ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ସମୟରେ ଓୱେସି କହିଥିଲେ କି, ଇସଲାମରେ ବିବାହ ଏକ କଣ୍ଟ୍ରାକ୍ଟ, ଏହାକୁ ଆପଣ ଜନ୍ମ ଜନ୍ମାନ୍ତରର ସାଥୀ କରନ୍ତୁ ନାହିଁ ।

ଓୱେସି ନିଜ ଭାଷଣର ଆରମ୍ଭ କଡା ଅନ୍ଦାଜରେ ଆରମ୍ଭ କରିଥିଲେ । ସେ କହିଥିଲେ କି,ମୁଁ ୩ୟ ଥର ଏହି ବିଲ୍ ବିରୋଧରେ ଛିଡା ହେଉଛି ଏବଂ ଯେତେବେଳ ପର୍ଯ୍ୟନ୍ତ ମୋ ଜୀବନ ଅଛି ସେତେବେଳ ପର୍ଯ୍ୟନ୍ତ ମୁଁ ଏହି ବିଲ୍ ବିପକ୍ଷରେ ହିଁ ଛିଡାହେବି । ସେ ଆଉ ମଧ୍ୟ କହିଥିଲେ କି, ତଲାକ୍ କୁ ଏହି ସରକାର ଗୋଟେ ଅପରାଧ ପରିସର ଭୁକ୍ତ କରିଦେଇଛି। ଏମିତିରେ ମହିଳାଙ୍କ ପାଳନ ପୋଷଣ କିଏ କରିବ?

owaisiହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ୍ କହିଥିଲେ କି, ଇସଲାମରେ ନିକାହନାମା ହୁଏ । ଆପଣ ମଧ୍ୟ ଏକ କଣ୍ଡିସନ୍ ଲଗାଇ ଦିଅନ୍ତୁ କି, ଯଦି କେହି ତିନି ତଲାକ୍ ଦେଉଛନ୍ତି ତେବେ ସେହି ମହିଳାଙ୍କୁ ମେହର ର ମୂଲ୍ୟ ତୁଳନାରେ ୫୦୦ ଗୁଣା ଜରିମନା ଦେବାକୁ ପଡିବ । ଇସଲାମରେ ବିବାହ ଏକ କଣ୍ଟ୍ରାକ୍ଟ, ଏହାକୁ ଜନ୍ମ ଜନ୍ମାନ୍ତରର ସାଥୀ କରନ୍ତୁ ନାହିଁ, ମୋ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ଔବେସୀ କହିଥିଲେ।

asaudhinଏହାସହ କହିଥିଲେ କି, ଯଦି କୌଣସି ମୁସଲମାନ ବ୍ୟକ୍ତି ଭୁଲରେ ତିନି ଥର ତଲାକ୍ କହିଦେଇଥାନ୍ତି ତେବେ ବିବାହ ଭାଙ୍ଗି ନଥାଏ ।  ଇସଲାମରେ ୯ ପ୍ରକାରର ତଲାକ୍ ହୋଇଥାଏ । ଅନ୍ଯପଟେ ତିନି ତଲାକ୍ ବିଲ୍ ବିରୋଧରେ ଔବେସୀ ଆଉ ମଧ୍ଯ କହିଥିଲେ କି, ଏଥିରେ ମହିଳାଙ୍କ ଉପରେ ବୋଝ ବଢିଯିବ । କାରଣ ଯଦି ସ୍ବାମୀ ଜେଲ୍ ପଳାଏ ତେବେ ସ୍ତ୍ରୀକୁ କିଏ ଟଙ୍କା ଦେବ?

ଏହାସହ ପଢନ୍ତୁ: ତ୍ରିପୁଲ ତଲ୍ଲାକ ନିୟମ କରୁଛି ମୌଳିକ ଅଧିକାରର ଉଲ୍ଲଂଘନ : ଓୱେସି

ଶେଷରେ ଓୱେସି କହିଥିଲେ ଯେ, ଯଦି କୋର୍ଟ ତିନ୍ ତଲାକ୍ ଦେଇଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ଦେଇଦେବେ ତେବେ ମହିଳା ତିନି ବର୍ଷ ପର୍ଯ୍ୟନ୍ତ କାହିଁକି ତାଙ୍କ ସ୍ବାମୀକୁ ଅପେକ୍ଷା କରିରହିବେ? ସେ କାହିଁକି ବିବାହ ବନ୍ଧନରେ ରହିବ? ଏହା ସହିତ ସେ କହିଥିଲେ ଯେ, କଣ ମହିଳା ତିନି ବର୍ଷ ପରେ କହିବେ କି, ‘ବାହାରୋଁ ଫୁଲ୍ ବରଷାଓ ମେରା ମେହେବୁବ୍ ଆୟା ହେ’। ଏହାପରେ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.