‘ଏୟାରବସ’ର ଘୋଷଣା: ୨୦୩୫ ସୁଦ୍ଧା ଆସିବ ବିଶ୍ୱର ପ୍ରଥମ ଶୂନ୍ୟ ନିଃସରଣ ବିମାନ

ବିମାନ ତିଆରି କମ୍ପାନୀ ‘ଏୟାରବସ’ ହାଇଡ୍ରୋଜେନରେ ଚାଲୁଥିବା ତଥା ଶୂନ୍ୟ ଉତ୍ସର୍ଜନ କରୁଥିବା ବ୍ୟବସାୟିକ ବିମାନର କନସେପ୍ଟକୁ ସାର୍ବଜନୀନ କରିଛି। ଏହାର ପରିଚାଳନା ୨୦୩୫ ସୁଦ୍ଧା ଆରମ୍ଭ ହୋଇପାରେ। କମ୍ପାନୀ ଏକ ବୟାନରେ କହିଛି, ଜଳବାୟୁ ହିସାବରେ ତଟସ୍ଥ ଏବଂ ଶୂନ୍ୟ ଉତ୍ସର୍ଜନ ବ୍ୟବସାୟିକ ବିମାନ ପାଇଁ ୩ କନସେପ୍ଟ ରହିଛି। ୩ଟି ଯାକର କୋଡନେମ ‘ଜିରୋ ଇ'(zero emission)।

kkn

ବୟାନରେ କୁହାଯାଇଛି, ପ୍ରଥମ କନସେପ୍ଟ ଟର୍ବୋଫୋନ(ଏକ ଜେଟ ଇଞ୍ଜିନ, ଯେଉଁଥିରେ ଟରବାଇନରେ ଚାଲୁଥିବା ପଙ୍ଖା ରହିଥାଏ ଏବଂ ଏହା ଇଞ୍ଜିନକୁ ଶକ୍ତି ପ୍ରଦାନ କରିଥାଏ) ଡିଜାଇନର ହେବ। ଏହି ବିମାନର କ୍ଷମତା ୧୨୦ରୁ ୨୦୦ ଯାତ୍ରୀଙ୍କୁ ନେବା ପାଇଁ ହେବ, ଯାହାର ରେଞ୍ଜ ୨୦୦୦ ସାମୁଦ୍ରିକ ମାଇଲଠାରୁ ଅଧିକ ହେବ। ଟର୍ବୋଫୋନ ଡିଜାଇନର ବିମାନ ଅନ୍ତର୍ମହାଦ୍ୱୀପୀୟ ପରିଚାଳନାରେ ସକ୍ଷମ ହେବ। ଦହନ ମାଧ୍ୟମରୁ ବାହାରୁଥିବା ଜେଟ ଇନ୍ଧନ ବଦଳରେ ଏହାକୁ ହାଇଡ୍ରୋଜେନରେ ଚାଲୁଥିବା ଏକ ପରିବର୍ତ୍ତିତ ଗ୍ୟାସ-ଟରବାଇନ ଇଞ୍ଜିନ ଦ୍ୱାରା ସଂଚାଳନ କରାଯିବ।

ii

‘ଏୟାରବସ’ର ଭାରତ ଅଧ୍ୟକ୍ଷ ରେମି ମିଲାର୍ଡ କହିଛନ୍ତି, ‘ଆମେ ଭାବୁଛୁ ଭବିଷ୍ୟତରେ ହାଇଡ୍ରୋଜେନ ଧୀରେ ଧୀରେ ପ୍ରତିଯୋଗୀତାମୂଳକ ମୂଲ୍ୟ ହେବ। କାରଣ, ବିମାନ ଭଳି ଅନ୍ୟ ଉଦ୍ୟୋଗ ମଧ୍ୟ ହାଇଡ୍ରୋଜେନ ଶକ୍ତି ସ୍ରୋତ ଆଡ଼କୁ ପାଦ ବଢାଇବେ’। ସେ ଆହୁରି କହିଥିଲେ ଯେ ଏଠାରେ ଅନେକ ଚ୍ୟାଲେଞ୍ଜ ରହିଛି, ଯେଉଁଥିରେ ହାଇଡ୍ରୋଜେନର ଉପଲବ୍ଧତା, ଏହାର ଉତ୍ପାଦନର ଡିକାର୍ବୋନାଇଜେସନ ଏବଂ ହାଇଡ୍ରୋଜେନରେ ଚାଲୁଥିବା ବିମାନର ବାୟୁ ପ୍ରମାଣିକରଣ ପ୍ରମୁଖ। ଏୟାରପୋର୍ଟ ପରିଚାଳନାରେ ଦୈନିକ ଆବଶ୍ୟକତା ପୂରଣ କରିବା ପାଇଁ ହାଇଡ୍ରୋଜେନ ପରିବହନ ଏବଂ ଇନ୍ଧନ ଭରିବାର ସୁବିଧା ଆବଶ୍ୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.