ଦାଦାବଟି ନ ଦେବାରୁ କେନ୍ଦୁଝର କିନ୍ନର ଗୋଷ୍ଠୀଙ୍କୁ ଯାଜପୁର କିନ୍ନର ଗୋଷ୍ଠୀର ମାଡ଼, ଥାନାରେ ମାମଲା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କିନ୍ନର ମାନେ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କରୁଥିବା ବେଳେ ଯାଜପୁରର କିନ୍ନର ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୋମବାର ଏ ନେଇ କେନ୍ଦୁଝର କିନ୍ନର ଗୋଷ୍ଠୀ ସଦର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଯାଜପୁର କିନ୍ନର ଗୋଷ୍ଠୀର କିଛି ସଦସ୍ଯ ରବିବାର ରାତିରେ ବନାଯୋଡି ଟୋଲ ଗେଟ ଠାରେ କେନ୍ଦୁଝର କିନ୍ନର ମାନଙ୍କୁ ଜଣଙ୍କ ପିଛା 6,000 ଟଙ୍କା ମାଗିଥିଲେ।

ଏଥିରେ କେନ୍ଦୁଝର କିନ୍ନର ଗୋଷ୍ଠୀ ରାଜି ନ ହେବାରୁ ସେମାନଙ୍କୁ ମାଡ ମାରିବା ସହିତ ସୁନା ଗହଣା ଛଡାଇ ନେଇଥିଲେ । ଏହି ଘଟଣାରେ ପ୍ରିତି କିନ୍ନର ନାମକ ଜଣେ କିନ୍ନର ଆହତ ହେଇଥିବା ବେଳେ ଯାଜପୁର କିନ୍ନର ମାନେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି କେନ୍ଦୁଝର କିନ୍ନର ଗୋଷ୍ଠୀ ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.