Below header

ଆସନ୍ତାକାଲି ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ: ଆଲୋକମାଳାରେ ଝଲସିଲା ବିଭିନ୍ନ ସରକାରୀ ଅନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ ।ଏଥିପାଇଁ ବିଭିନ୍ନ ସରକାରୀ ଅନୁଷ୍ଠାନ ସଜେଇ ହୋଇଛି । ତିନି ରଙ୍ଗର ସମାହୋରର ଆଲୋକମାଳାରେ ଝଲସୁଛି ପାର୍ଲେମେଣ୍ଟ ଭବନ, ଅଟ୍ଟାରୀ ବୋର୍ଡର, ବିଭିନ୍ନ ରାଜ୍ୟର ବିଧାନସଭା, ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ୍‌, ବିଭିନ୍ନ ସ୍ଥାନରେ ରେଲେଓ୍ଵ ଷ୍ଟେସନ୍‌ ।

ସେହିପରି ଦିଲ୍ଲୀରେ ସୁରକ୍ଷାର ଅଭେଦ୍ୟ ଦୁର୍ଗ । ପୂରା ରାଜଧାନୀ ପୋଲିସ ଛାଉଣୀ । ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ୍‌, ବସ୍‌ ଟର୍ମିନାଲ ଓ ସୀମା ଅଞ୍ଚଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । କଡ଼ାକଡ଼ି କରାଯାଉଛି ଗାଡ଼ି ମୋଟର ଚେକିଂ ।

ଯମୁନା ନଦୀରେ ବି ମୋଟର ବୋଟ୍‌ରେ ପୋଲିସ୍‌ ପାଟ୍ରୋଲିଙ୍ଗ୍‌ କରୁଛି । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ ପରେ ଲାଲକିଲ୍ଲା ଉପରେ ପୁଷ୍ପବୃଷ୍ଟି ହେବ । ଦୁଇଟି MI-171 V ହେଲିକପ୍‌ଟର ପୁଷ୍ପବୃଷ୍ଟି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.