ମୃତ୍ୟୁ ପାଇଁ ସ୍ତ୍ରୀ ଓ ପୋଲିସ ଡ୍ରାଇଭରଙ୍କୁ ଦାୟୀ କରି ଯୁବକଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ

ରାଉରକେଲା(କେନ୍ୟୁଜ୍): ଆତ୍ମହତ୍ୟା ପୂର୍ବରୁ ଯୁବକଙ୍କ ଭିଡିଓ ଭାଇରାଲ । ମୃତ୍ୟୁ ପାଇଁ ସ୍ତ୍ରୀ ଓ ପୋଲିସ ଡ୍ରାଇଭରଙ୍କୁ କଲେ ଦାୟୀ । ସୂଚନା ଅନୁସାରେ ରାଉରକେଲା ରେଳବାଇ କଲୋନୀର ବିବେକାନନ୍ଦ ବସ୍ତିରେ ୩୪ ବର୍ଷୀୟ ଯୁବକ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି । ଗତକାଲି ବିକାଶ ନାମକ ଯୁବକ ନିଜ ଝିଅଙ୍କୁ ଦେଖିବାକୁ ଯାଇଥିଲେ ।

ବିବାଦ କାରଣରୁ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ତାଙ୍କୁ ମାଡ ମାରିଥିବା ମୃତ୍ୟୁ ପୂର୍ବରୁ ବିକାଶ ଭିଡିଓରେ ଅଭିଯୋଗ କରିଛି । ଘଟଣାର ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡଦେବାକୁ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ପୋଷ୍ଟମଟର୍ମ ରିପୋର୍ଟ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.