ଆସନ୍ତାକାଲିଠୁ ତିନି ଦିନ ଧରି ଓଡ଼ିଶାରେ ହୋଇପାରେ ବର୍ଷା, ଚାଷୀଙ୍କୁ ମିଳିବ ଆଶ୍ବସ୍ତି

କେନ୍ୟୁଜ୍(ବ୍ୟୁରୋ):  ଧାରା ଶ୍ରାବଣରେ ବର୍ଷା ଅଭାବରୁ ଚିନ୍ତାରେ ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁ ହୋଇପାରୁନି ରୁଆ ବେଉଷଣ । ରାଜ୍ୟରେ ଜୁନ ୧ରୁ ଏଯାଏ ସ୍ୱାଭାବିକଠୁ ୩୦ ପ୍ରତିଶତ କମ୍‌ ବର୍ଷା । ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଯାଜପୁରରେ ସ୍ୱାଭାବିକଠୁ ୫୪ ପ୍ରତିଶତ କମ୍‌, ଭଦ୍ରକରେ ୫୧ ପ୍ରତିଶତ, ବଲାଙ୍ଗୀର ୪୩ ପ୍ରତିଶତ,କେନ୍ଦୁଝର ୪୧ ଓ ଅନୁଗୁଳରେ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଛି । ଆସନ୍ତାକାଲିଠୁ ତିନି ଦିନ ଧରି ଓଡ଼ିଶାରେ ବର୍ଷା ହୋଇପାରେ । ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ନିକଟ ବଙ୍ଗୋପସାଗରରେ ୧୫ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ।

ଜୁଲାଇ ବିଶ୍ୱର ସବୁଠୁ ଉତ୍ତପ୍ତ ମାସ । ବିଶ୍ୱର ତାପମାତ୍ରା ବୃଦ୍ଧିରେ ଅଲୋଡା ରେକର୍ଡ। ଆମେରିକାର ନ୍ୟାସନାଲ ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ NOAA ଏହି ତଥ୍ୟ ଦେଇଛି। ୧୪୨ ବର୍ଷରେ ସବୁଠୁ ଉତ୍ତପ୍ତ ମାସ ଥିଲା ୨୦୨୧ର ଜୁଲାଇ ମାସ । ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପମାତ୍ରାରେ ୧.୬୭ ଡିଗ୍ରି ଫାରେନାଇଟ୍‌ ବୃଦ୍ଧି ପାଇଥିଲା । ପୂର୍ବରୁ ଗତଶତାବ୍ଦୀର ହାରାହାରି ତାପମାତ୍ରା ୬୦.୪ ଡିଗ୍ରି ଫାରେନାଇଟ ରହିଥିଲା । ଚଳିତବର୍ଷ ଜୁଲାଇ ହାରାହାରି ତାପମାତ୍ରା ୬୨.୦୭ ଡିଗ୍ରି ଫାରେନାଇଟ ରହିଥିଲା । ଜଳବାୟୁ ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ପରିବେଶବିତ୍‌ । ନିକଟରେ ଜାତିସଂଘର ଜଳବାୟୁ ସଂପର୍କିତ ଆନ୍ତଃ ସରକାରୀ ପ୍ୟାନେଲ-IPCC ଷଷ୍ଠ ଆକଳନ ରିପୋର୍ଟ ପ୍ରକାଶ ପାଇଥିଲା । ଭାରତର ୧୨ଟି ଉପକୂଳ ସହର ପ୍ରତି ରହିଛି ବିପଦ ଆଶଙ୍କା ଥିବା କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.