ମହିଳାଙ୍କୁ ହିପ୍ନୋଟାଇଜ୍‌ କରି ଏମିତି କାମ କଲା ଆମାଜନ୍‌ ଡେଲିଭରି ବୟ, ପଢ଼ିଲେ ଆପଣ ବି ଡରିଯିବେ

ଦିଲ୍ଲୀ ଏନ୍‌ସିଆର୍‌ରେ ଅପରାଧ ଥମିବାର ନାଁ ନେଉନି। ସବୁବେଳେ କିଛି ନା କିଛି ଅପରାଧ ଏହି ଅଞ୍ଚଳରେ ଚର୍ଚ୍ଚାର ଶିରୋନାମା ସାଜୁଛି। ଏବେ ସେହିଭଳି ଏକ ଘଟଣା ପଦାକୁ ଆସିଛି। ଜଣେ ମହିଳା ଆମାଜନ୍‌ର ଏକ ଡେଲିଭରି ବୟ ଉପରେ ହିପ୍ନୋଟାଇଜ୍‌ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଛନ୍ତି।

ଏହାସହ ପଢ଼ନ୍ତୁ: ମେୟରଙ୍କୁ ଗାଡ଼ିରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲେ ଦୁବୃର୍ତ୍ତ, ଭିଡିଓ ଭାଇରାଲ

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଆମାଜନ୍‌ରେ କିଛି ଜିନିଷ କିଣିଥିଲେ। ମାତ୍ର ତାହା ପସନ୍ଦ ନ ଆସିବାରୁ ସେ ଫେରାଇବାକୁ ଅନୁରୋଧ କରିଥିଲେ। କମ୍ପାନୀ ତରଫରୁ ସକାଳ ପ୍ରାୟ ୧୧ ଟା ବେଳେ ଭୂପେନ୍ଦ୍ର ପାଳ ନାମକ ଜଣେ ବ୍ୟକ୍ତି ଆସିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ଭୂପେନ୍ଦ୍ର ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲା। ମହିଳା ଜଣକ କଷ୍ଟମର କେୟାରଙ୍କ ସହ କଥା ହୋଇ ଅନ୍ୟ ଦିନ ଜିନିଷ ଫେରାଇବାକୁ ତାରିଖ ନେଇଥିଲେ। ତେବେ କିଛି ସମୟ ପରେ ଭୂପେନ୍ଦ୍ର ପୁଣିଥରେ ଆସି ମହିଳାଙ୍କୁ ଜିନିଷ ଫେରାଇବାକୁ କହିଥିଲା। ମାତ୍ର ମହିଳା ମନା କରିଥିଲେ। ଏବେ ପୁଣି ଥରେ ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ମହିଳା ଜଣକ ଘଟଣାସ୍ଥଳରେ ବେହୋସ୍‌ ହୋଇଯାଇଥିଲେ।

ପରେ ହୋସ୍‌ ଆସିବା ବେଳେ ସେ ନିଜକୁ ବାଥ୍‌ରୁମ୍‌ରେ ପାଇଥିଲେ ଓ ଡେଲିଭର ବୟ ଅର୍ଦ୍ଧ ନଗ୍ନ ଅବସ୍ଥାରେ ତାଙ୍କ ସହ ଦୁଷ୍କର୍ମ କରୁବାକୁ ଚେଷ୍ଟା କରୁଥିବା ଦେଖିଥିଲେ। ନିଜକୁ ବଞ୍ଚାଇବାକୁ କୌଣସି ବାଟ ନ ପାଇ ଶେଷରେ ପାଖରେ ଥିବା ଏକ ଓ୍ଵାଇପରରେ ଡେଲିଭରକୁ ବୟକୁ ପିଟିବା ସହ ସେ ଚିଲ୍ଲାଇଥିଲେ। ଭୟରେ ଡେଲିଭରି ବୟ ସ୍ଥାନ ଛାଡ଼ି ଚାଲିଯିବା ପରେ ମହିଳା ଜଣକ ଏନେଇ ସିକ୍ୟୁରିଟି ଗାର୍ଡ ଓ ପୋଲିସକୁ ଜଣାଇଥିଲେ। ସମ୍ପୃକ୍ତ ଡେଲିଭରି ବୟ ମହିଳାଙ୍କୁ ହିପ୍ନୋଟାଇଜ୍‌ କରି ନିଜ ଇଚ୍ଛା ଚରିତାର୍ଥ କରିବାକୁ ଚାହୁଁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ପରେ ଆମାଜନ୍‌ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.