କ’ଣ ହୋଇଛି ଏହି ଯୁବତୀଙ୍କୁ, କାନ୍ଦିବା ମାତ୍ରେ ଆରମ୍ଭ ହେଉଛି କଷ୍ଟ, ଡାକ୍ତର ବି ଆଶ୍ଚର୍ଯ୍ୟ!

ଆମେରିକାର ନିୟା ସେଲେୱେ ସବୁଦିନ ଯନ୍ତ୍ରଣା ଅନୁଭବ କରନ୍ତି। କିନ୍ତୁ କାନ୍ଦି ପାରନ୍ତିନି, ଯାହାର କାରଣ ତାଙ୍କର ଦୁରାରୋଗ। ୨୧ ବର୍ଷୀୟା ନିୟାଙ୍କୁ ପାଣିରେ ଏଲର୍ଜି ରହିଛି। ଟୋପାଏ ପାଣି ବି ଯଦି ତାଙ୍କ ଶରୀର ଉପରେ ପଡ଼େ, ତା’ହେଲେ ତାଙ୍କୁ ଖୁବ୍ ଜୋର୍‌ରେ କୁଣ୍ଡାଇ ହୋଇଥାଏ। ତ୍ୱଚାର ଛିଦ୍ରରୁ ହିଟ୍ ବାହାରିଥାଏ। ଶରୀର ଜଳାପୋଡ଼ା ହୁଏ। ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଦୁନିଆର ସେହି ୩୫ଜଣଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ଦୁର୍ଲ୍ଲଭ ‘aquagenic urticaria’ ରୋଗ ହୋଇଛି।

girll

ନିୟା କହିଛନ୍ତି, ମୁଁ ଏକ ଦୁଃସ୍ୱପ୍ନ ଦେଖୁଛି। ଯେତେବେଳେ ମୁଁ ପାଣି ସଂସ୍ପର୍ଶରେ ଆସୁଛି, ସ୍କିନ୍‌ରେ ପ୍ରବଳ ଜ୍ୱଳନ ସହ ଯନ୍ତ୍ରଣା ହେଉଛି। କେହି କିଛି କରିପାରୁନାହାନ୍ତି। ତାଙ୍କୁ ସବୁବେଳେ ହସିବାକୁ ପଡ଼ୁଛି। କାରଣ, କାନ୍ଦିବା ମାତ୍ରେ ହିଁ ତାଙ୍କର କଷ୍ଟ ଆରମ୍ଭ ହୋଇଯାଉଛି। ଏହି ରୋଗ ୫ ବର୍ଷ ବୟସରୁ ନିୟାଙ୍କଠାରେ ଦେଖାଦେଇଛି।

ଏହାସହ ପଢ଼ନ୍ତୁ: ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ କରିବାକୁ ପଡ଼ିଥାଏ ବିବାହ!

ଆରମ୍ଭରୁ ରୋଗ ବିଷୟରେ ଜଣାପଡ଼ି ନ ଥିଲା। କିନ୍ତୁ ଯେତେବେଳେ ସେ ଏହା ବିଷୟରେ ଇଣ୍ଟରନେଟ୍‌ରେ ଖୋଜିବା ଆରମ୍ଭ କରିଥିଲେ, ସେବେ ଆମେରିକା ଏବଂ ବାକି କିଛି ଦେଶରେ ଏହି ବିରଳ ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ଦୁଃର୍ଭାଗ୍ୟବଶତଃ ଏହାର କୌଣସି ଚିକିତ୍ସା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.