ଦୁର୍ନୀତିଖୋର୍‌ ଅଫିସରଙ୍କୁ ସରକାରୀ ଛାଟ, ୩ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତିଖୋର୍‌ ଅଫିସରଙ୍କୁ ଛାଟ । ଗୋଟିଏ ଦିନରେ ଆଜି ୩ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ ଓଏଫ୍‌ଏସ୍‌ଙ୍କ ସମେତ ପୂର୍ତ୍ତ ବିଭାଗର ଦୁଇ ଅଫିସରଙ୍କୁ ଚାକିରି ସରିବା ଆଗରୁ ଅବସର ଦିଆଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ପୂର୍ତ୍ତ ବିଭାଗର ଦୁଇ ଅଧିକାରୀ ହେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀ। ପ୍ରାଣକୃଷ୍ଣ ପରିଜା ବର୍ତ୍ତମାନ ଅନୁଗୁଳରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାଁରେ ରହିଛି ଦୁଇଟି ଭିଜିଲାନ୍ସ ମାମଲା। ୨୦୧୫ ଓ ୨୦୧୮ରେ ଲାଞ୍ଚ ନେବା ବେଳେ ଦୁଇ ଥର ଧରାପଡ଼ିଥିଲେ ପ୍ରାଣକୃଷ୍ଣ ।  ସେହିପରି ଉମେଶ ଚନ୍ଦ୍ର ତ୍ରିପାଠୀ ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ସୁବର୍ଣ୍ଣପୁରରେ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାମ କରୁଛନ୍ତି। ତାଙ୍କ ନାଁରେ ରହିଛି ଚାରିଟି ଭିଜିଲାନ୍ସ ମାମଲା। ପ୍ରାଣକୃଷ୍ଣ ଓ ଉମେଶ ଚନ୍ଦ୍ରଙ୍କୁ ପୂର୍ତ୍ତ ବିଭାଗରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଫିସର ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.