ଜାଣନ୍ତି କି ସମୁଦ୍ର ମଧ୍ୟରେ ବି ଅଛି ବିରାଟ ବିରାଟ ଗୁମ୍ଫା, ଜାଣନ୍ତୁ ଏହାର ରହସ୍ୟ

ପୃଥିବୀର ସ୍ଥଳ ଭାଗରେ ତ ଗୁମ୍ଫା ଥିବା ସମସ୍ତେ ଦେଖିଥିବେ ଓ ଜାଣି ଥିବେ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାହାଡ ଭିତରେ ବହୁ ବିରାଟ ବିରାଟ ଗୁମ୍ଫାମାନ ମଧ୍ୟ ରହିଅଛି । ଏହା ମଧ୍ୟରୁ କିଛି ଲୋକଲୋଚନରେ ଅତି ପରିଚିତ ହୋଇଥିବା ବେଳେ କିଛିର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ବାହାର କରାଯାଇ ପାରିନାହିଁ । ଏଗୁଡିକର ଉପସ୍ଥିତି ସମ୍ବନ୍ଧରେ ସଠିକ ଭାବେ ଅନୁମାନ ଲଗେଇବା ମଧ୍ୟ ବହୁ କଷ୍ଟକର । ବିଜ୍ଞାନର ଏତେ ମାତ୍ରାରେ ଅଗ୍ରଗତି ପରେ ବି ଏପର୍ଯ୍ୟନ୍ତ ବହୁ ଗୁମ୍ଫା ଗୁଡିକର ରହସ୍ୟକୁ ମାନବ ସମାଜ ଭେଦ କରିପାରିନାହିଁ । କିନ୍ତୁ ଆପଣ ଜାଣନ୍ତି କି ଗଭୀର ସମୁଦ୍ର ମଧ୍ୟରେ ବି ବହୁ ଗୁମ୍ଫାମାନ ରହିଛି । ବହୁ ଦିନର ଚେଷ୍ଟା କରିବା ପରେ ସାମୁଦ୍ରିକ ବିଶେଷଜ୍ଞ ମାନେ ଏହା ସମ୍ବନ୍ଧରେ କିଛି ତଥ୍ୟ ପାଇ ପାରିଛନ୍ତି ।

ଏହି ଗୁମ୍ଫା ଗୁଡିକୁ ଅନ୍ୟ ଏକ ନାଁରେ ଲିତୋରାଲ ଗୁମ୍ଫା ମଧ୍ୟ କୁହାଯାଇଥାଏ । ବିଶେଷଜ୍ଞମାନେ ଏଗୁଡିକର ଉତ୍ପତ୍ତିର ପ୍ରକୃତ କାରଣକୁ କିଛିଟା ଏଯାବତ ଖୋଜି ବାହାର କରିପାରିଛନ୍ତି । ପ୍ରକୃତରେ ଏହି ଗୁମ୍ଫା ଗୁଡିକ ସମୁଦ୍ରରେ ସୃଷ୍ଟି ହେଉଥିବା ବଡ ବଡ ଲହରୀ, ଭୂମିକମ୍ପ ଓ ଜ୍ୱାଳାମୁଖୀ କାରଣରୁ ହିଁ ସୃଷ୍ଟି ହୋଇଥାଏ । ଭିନ୍ନ ଭିନ୍ନ ସ୍ଥାନ ଅନୁଯାୟୀ ଏଗୁଡିକ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହି ଗୁମ୍ଫା ଗୁଡିକ ପ୍ରାୟ ସମୟରେ ପାଣିରେ ବୁଡିକରି ହିଁ ରହିଥାଆନ୍ତି । କିନ୍ତୁ ଏହା ମଧ୍ୟରେ ଭରି ରହିଥିଵା ପାଣି ଅତ୍ୟନ୍ତ ପରିସ୍କାର ହୋଇଥାଏ । ଏମିତିକି ଏହା ମଧ୍ୟ ଦେଇ ସବୁ କିଛି ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଖା ଯାଇଥାଏ । ସମୁଦ୍ରର ବଡ ବଡ ଲହରୀ ଯେତେବେଳେ ବାରମ୍ବାର ଚଟାଣ ଉପରେ ମାଡ଼ ହୁଏ ତେବେ ସେଠାରେ ଏକ ପ୍ରକାର ଗର୍ତ୍ତ ସୃଷ୍ଟି ହୋଇଥାଏ । ସମୟ କ୍ରମେ ସେଗୁଡିକ ଧୀରେ ଧୀରେ ସେ ଗୁଡିକ ବିରାଟ ବିରାଟ  ଗୁମ୍ଫାର ରୂପ ନେଇଥାଏ ।

ଏଗୁଡିକ ବିଶେଷ କରି ଲାଣ୍ଡଷ୍ଟୋନ, ଲାଇମ ଷ୍ଟୋନ, ବାସାଲଟିକ ପଥର ଭରି ରହିଥିବା ସ୍ଥାନ ଗୁଡିକରେ ହିଁ ସୃଷ୍ଟି ହୋଇଥାଏ । ଏହା ବାଦ ଲାର୍ଭା ଦ୍ୱାରା ସୃଷ୍ଟି ହୋଇଥିବା ଗୁମ୍ଫା ଗୁଡିକ ଏକ ବିରାଟ ନଳୀ ସଦୃଶ ଦେଖାଯାନ୍ତି । ଏହିପରି ବହୁ ରହସ୍ୟ ମୟୀ ଗୁମ୍ଫା ଆମେରିକା ନିକଟବର୍ତ୍ତୀ ହଵାଈ ଦ୍ଵିପରେ ଅଛି । ଏହି ପରି ଆଉ ଏକ ଗୁମ୍ଫା ହେଉଛି ଚୀନ ସ୍ଥିତ ରେନ- ବୋ ଗୁମ୍ଫା । ସ୍ଥାନୀୟ ଅଧିବାସୀଙ୍କ କହିବା ମୁତାବକ କିଛି ବର୍ଷ ତଳେ ଏହା ସମ୍ପୂର୍ଣ ରୂପେ ସମୁଦ୍ର ଭିତରେ ବୁଡି କରି ରହିଥିଲା । କିନ୍ତୁ ଏହା ବର୍ତ୍ତମାନ ବିଶ୍ୱର ସବୁଠୁ ସୁନ୍ଦର ସାମୁଦ୍ରିକ ଗୁମ୍ଫା ଭାବେ ଜଣା । ମିଳିଥିବା ତଥ୍ୟ ଅନୁଯାୟୀ ବହୁ ବର୍ଷ ପୂର୍ବେ ସମୁଦ୍ରର ଜଳସ୍ତର କମିବା ଫଳରେ ହିଁ ଏହି ଗର୍ତ୍ତ ସୃଷ୍ଟି ହୋଇଥିଲା । ପରେ ଏହା ଏକ ଗୁମ୍ଫାର ରୂପ ନେଇଥିଲା ।

ଏହା ସହ ପଢନ୍ତୁ: ଶ୍ରୀଲଙ୍କାର ଏହି ଆଠ ହଜାର ଫୁଟ ଉଚ୍ଚ ଗୁମ୍ଫାରେ ରହିଛି ରାବଣର ଶବ ! ମମି ଭଳି ସାଇତି ରଖାଯାଇଛି ବାକ୍ସରେ

ଚୀନର ଗୁଲିୟନ ଠାରେ ଥିବା ଏହି ଗୁମ୍ଫା ଏତେ ପ୍ରକାର ରଙ୍ଗରେ ଭରି ରହିଛି ଯେ ସେ ଗୁଡିକ ସତେଯେପରି ଏକ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରନ୍ତି । ଏହି ଗୁମ୍ଫାଟି ପ୍ରାୟ ୨୪୦ ମିଟର ଲମ୍ବ ବିଶିଷ୍ଟ । କୁହାଯାଏ କି ଏହା ଭିତରେ ଏକ ‘ଲି’ ନାମରେ ଏକ ରୋମାଣ୍ଟିକ ନଦୀ ମଧ୍ୟ ପ୍ରବାହିତ ହେଉଅଛି । ଆମେରିକା ଓ ଚୀନ ବ୍ୟତୀତ ୟୁରୋପ, ନିଉଜିଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ପରି ଦେଶମାନଙ୍କର ସମୁଦ୍ରରେ ମଧ୍ୟ ଏହି ପରି ବହୁ ରହସ୍ୟମୟ ଗୁମ୍ଫାମାନ ରହିଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.