କଣ ଆପଣ ଜାଣନ୍ତି କି କୁକୁରମାନେ ମଧ୍ୟ ହସିଥାନ୍ତି

କୁକୁର ମାନଙ୍କୁ ସବୁଠାରୁ ବିଶ୍ୱାସୀ ଜୀବ ବୋଲି କୁହାଯାଇଥାଏ । ସେମାନେ ମଣିଷମାନଙ୍କର ଭଲପାଇବାଠୁ ନେଇ ସବୁ ପ୍ରକାର ଭାବନାକୁ ଅନୁଭବ କରିପାରିଥାନ୍ତି । ପ୍ରାଣୀଶାସ୍ତ୍ରୀ ଓ ମାନବବିଜ୍ଞାନୀ ଜନ ବ୍ରାଡଶୋ ନିଜର ବୁକ ‘ଇନ ଡିଫେନ୍ସ ଅଫ ଡଗସ’ ଓ ‘ଆନିମଲସ ଏମଂଗ ଅସ’ରେ କୁକୁରଙ୍କ ସହ ଜଡିତ ଏପରି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image result for cute dog smiles

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୁକୁରମାନେ ଏକପ୍ରକାର ଗଧିଆଙ୍କର ବଂଶଜ ଅଟନ୍ତି । ଯେଉଁମାନେ ହଜାର ହଜାର ବର୍ଷ ପୂର୍ବରୁ ବିଲୁପ୍ତ ହୋଇସାରିଛନ୍ତି । ସୂଚନା ଅନୁଯାୟୀ ଆମେରିକା ଏବଂ ୟୁରୋପରେ ମିଳୁଥିବା ଗଧିଆଙ୍କ ଡିଏନଏ କୁକୁର ମାନଙ୍କର ଡିଏନଏ ସହିତ 99 ପ୍ରତିଶତ ମ୍ୟାଚ ହୋଇଥାଏ । ଏହା ବ୍ୟତୀତ ସବୁଠାରୁ ଆଶ୍ଚର୍ଯ୍ୟକର ତଥ୍ୟ ହେଉଛି କୁକୁରମାନେ ମଧ୍ୟ ହସିଥାନ୍ତି । ନିଜ ମାଲିକଠାରୁ ଟିକିଏ ଭଲପାଇବା ପାଇବା ପାଇଁ ଏମାନେ ହସିଥାନ୍ତି କିନ୍ତୁ ଏପରି ନୁହେଁ ଯେ ସେମାନେ ଖୁସିହେବା ମାତ୍ରେ ହସିଥାନ୍ତି । ଏହା ପଛରେ କିଛି ଅନ୍ୟ କାରଣ ମଧ୍ୟ ରହିପାରେ ।

Image result for cute dog smiles

ସାରା ଦୁନିଆରେ କୁକୁର ମାନଙ୍କର ଅନେକ ପ୍ରକାର ପ୍ରଜାତି ଦେଖିବାକୁ ମିଳିଥାଏ ତଥାପି ଏମାନଙ୍କ ମଧ୍ୟରେ ଅନେକ ପ୍ରକାର ସମାନତା ରହିଥାଏ । ଏମାନଙ୍କର ଶୁଙ୍ଘିବା ଶକ୍ତି ବହୁତ ପ୍ରଖର ହୋଇଥାଏ । ଯାହାର କାରଣ ହେଉଛି ଏମାନଙ୍କଠାରେ ଥିବା ଜ୍ୟାକୋବସନ ଓ ବୋମେରୋନାଜାଲ ନାମକ ଏକ ଅଙ୍ଗ । ଯାହାକି ଏମାନଙ୍କ ନାକପୁଡା ଏବଂ ପାଟିର ଉପରି ଭାଗରେ ରହିଥାଏ ।

Image result for cute dog smiles

ଏହାସହ ପଢନ୍ତୁ ରାତିରେ ଏହିଭଳି ସ୍ୱପ୍ନ ଦେଖୁଛନ୍ତି କି ? ତାହେଲେ ଜାଣିନିଅନ୍ତୁ ଏହା କଣ ଦେଉଛି ସଙ୍କେତ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୁକୁରମାନେ ସବୁଜ, ହଳଦିଆ ଓ ନୀଳ ରଙ୍ଗକୁ ଚିହ୍ନି ପାରିଥାନ୍ତି କିନ୍ତୁ ନାଲିରଙ୍ଗ ସେମାନଙ୍କୁ ବହୁତ ଡାର୍କ ଦେଖାଯାଇଥାଏ । କୁକୁରମାନେ ଅତି ସହଜରେ ମଣିଷର ଭାବନାକୁ ବୁଝିପାରିଥାନ୍ତି ଓ ସେମାନେ ମାତ୍ର କିଛି ସମୟ ଗୋଟିଏ ମଣିଷ ସହ କାଟିବା ପରେ ଜାଣିପାରନ୍ତି ଯେ, ସେହି ବ୍ୟକ୍ତିଙ୍କ ସହ ସେ ଅଧିକ ସମୟ ପର୍ଯ୍ୟନ୍ତ ଜୀଵିତ ରହିପାରିବେ କି ନାହିଁ । ତେବେ କୁକୁର ମାନଙ୍କୁ ଏକୁଟିଆ ଛାଡି ଦେଲେ ସେମାନେ ବହୁତ ବିବ୍ରତ ହୋଇପଡନ୍ତି ।

Image result for cute dog smiles

କୁକୁର ମଣିଷର ଭଲପାଇବା, ଡର, ଅଶାନ୍ତି ଓ ଖୁସିକୁ ଅନୁଭବ କରିପାରନ୍ତି ଓ ସେମାନେ ମଣିଷଙ୍କ ପାଇଁ ଭିନ୍ନ ଭିନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି । ଯଦି କୌଣସି କୁକୁର ଜନ୍ମରୁ ତିନି ମାସ ପର୍ଯ୍ୟନ୍ତ ମଣିଷ ସଂସ୍ପର୍ଶରେ ନ ଆସେ ତାହେଲେ ସେ ସାରା ଜୀବନ ଜଙ୍ଗଲୀ ହୋଇ ରହିବାର ବହୁତ ସମ୍ଭାବନା ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.