ସବୁଦିନ ମଣିଷର ପାଶବିକତାର ଶିକାର ହେଉଥିଲା କୁକୁର, ଶେଷରେ ବୁଜିଦେଲା ଆଖି !

ଧୀରେ ଧୀରେ ମଣିଷ ସାଜୁଛି ରାକ୍ଷସ, ଭୁଲିଯାଉଛି ମାନବିକତା। ପୁରୁଷର ନାରୀ ଉପରେ ଅତ୍ୟାଚାର ଶେଷ ହେଉନଥିବାବେଳେ ପଶୁମାନେ ମଧ୍ୟ ନାହାନ୍ତି ସୁରକ୍ଷିତ। ସରଳ ନିଷ୍ପାପ ପଶୁମାନେ ମଧ୍ୟ ମଣିଷଙ୍କ ପାପ ଦୃଷ୍ଟିରୁ ରକ୍ଷା ପାଇପାରୁନାହାନ୍ତି। ଏମିତି ଏକ ଘୃଣ୍ୟ କାମର ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ କ୍ରୋଧରେ ଜର୍ଜରିତ ହୋଇଯିବେ। ଉତ୍ତରପ୍ରଦେଶ ଏଟା ରେ ଏକ ଏମିତି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଘଟଣା ଅନ୍ୟ ଦୁଷ୍କର୍ମ ଘଟଣା ଠାରୁ ବିଲକୁଲ ଅଲଗା। ଯେଉଁ ଦୁଇ ଜଣ ଯୁବକ ଦୁଷ୍କର୍ମ ଭଳି ଘୃଣ୍ୟ କାମକୁ ଘଟାଇଛନ୍ତି ତାହାର ଶିକାର କୌଣସି ମଣିଷ ନୁହେଁ ଏକ ପୋଷା କୁକୁର।। ଏହି ସରଳ ନିଷ୍ପାପ କୁକୁର ଏହି ଘଟଣା ପରେ ପ୍ରାଣ ହରାଇଛି। ଅଭିଯୁକ୍ତଙ୍କ ଉପରେ ପଶୁ କ୍ରୁରତା ଅଧିନିୟମ ଦ୍ୱାରା ମାମଲା ରୁଜୁ କରାଯାଇଛି।

dogରିପୋର୍ଟ ଅନୁଯାୟୀ ଏହି ମାମଲା ଏଟା ଜିଲ୍ଲାର କୋତବାଲୀ ମଲାବନର ଅଟେ। ନୀରଜ ପାଠକ ନାମକ ଜଣେ ବ୍ୟକ୍ତି ଗାଁର ଦୁଇ ଜଣ ଲୋକଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ଏହି ଦୁଇ ଜଣ ତାଙ୍କ ପୋଷା କୁକୁରକୁ ପ୍ରତିଦିନ ଦୁଷ୍କର୍ମ କରୁଥିଲେ । ତାଙ୍କ ପୋଷା କୁକୁର ଡଗି ମରିଯିବା ପରେ ଯେତେବେଳେ ସେ ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ ସେତେବେଳେ ଏହି ଦୁଇ ଅଭିଯୁକ୍ତ ଏପରି ଏକ ନୀଚ କାମ କରିଥିବା ଜଣାପଡିଥିଲା। ଡଗିର ମାଲିକ ତୁରନ୍ତ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ପୋଲିସ ଅଭିଯୋଗ ମୁତାବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.