ହାତ ଛାଡ଼ିଲା ଜିଓ, ଏବେ ଫ୍ରି-କଲ୍‌ ସୁବିଧା ଦେବେ ଏହି କମ୍ପାନୀ

ଯେଉଁ ଆଶା ନେଇ ଗ୍ରାହକ ଜିଓ ନେଟଓ୍ଵାର୍କ ଆପଣାଇ ଥିଲେ ସେ ଆଶା ଏବେ ଧୂଳିସାତ୍‌ ହେବାକୁ ଯାଉଛି। ବୁଧବାର ଜିଓ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବାକୁ ହେଲେ ଅର୍ଥ ଦେବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ ଏବେ ଗ୍ରାହକ ଜିଓ ନେଟ୍‌ଓ୍ଵାର୍କକୁ ଗୁଡ୍‌ ବାଏ କହିବାକୁ ସଜବାଜ ହେଉଥିବା ବେଳେ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତ କରିଛନ୍ତିି ଭୋଡାଫୋନ୍‌-ଆଇଡିଆ।

ଏହାସହ ପଢନ୍ତୁ: ଦୀପାବଳିରେ ଜିଓ ଦେଲା ବଡ଼ ଝଟକା, ଏବେ ଅନ୍ୟ ନେଟୱାର୍କରେ କଥା ହେଲେ କଟିବ ପଇସା

ଗୁରୁବାର ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌(VIL) IUC କୁ ନେଇ ବଡ଼ ଘୋଷଣା କରିଛି। ଭୋଡାଫୋନ୍‌-ଆଇଡିଆ କହିଛି ଯେ ସେ ଗ୍ରାହକଙ୍କଠାରୁ ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ କୌଣସି ଅଲଗା ଚାର୍ଜ କରିବ ନାହିଁ। କମ୍ପାନୀ ଟ୍ଵିଟ୍‌ କରି ଏହି ସୂଚନା ଦେଇଛି।

କମ୍ପାନୀର କହିବାନୁସାରେ, ଗ୍ରାହକଙ୍କୁ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ପୂର୍ବରୁ ଚିନ୍ତା କରିବାକୁ ପଡ଼ୁ ବୋଲି ସେ ଚାହୁଁନାହାନ୍ତି। ଏଣୁ ଭୋଡାଫୋନ୍‌-ଆଇଡିଆ ତରଫରୁ ଗ୍ରାହକଙ୍କୁ ଅନ୍‌ ନେଟ୍‌କଲ ସହ ଅଫ ନେଟ୍‌କଲ ମାଗଣାରେ ଦିଆଯିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବନାହିଁ। ଭୋଡାଫୋନ୍‌ ଅନ୍‌ଲିମିଟେଡ୍‌ ପ୍ଲାନ୍‌ରେ ବାସ୍ତବରେ ଫ୍ରି-କଲ୍‌ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.