ଫିଲ୍ମ ସୂର୍ଯ୍ୟବଂଶୀରେ ଏକାଠି ନଜର ଆସିବେ ଅକ୍ଷୟ-ଅଜୟ-ରଣବୀର

ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡର ଥ୍ରୀ ଷ୍ଟାର୍। ଅକ୍ଷୟ କୁମାର-ଅଜୟ ଦେବଗନ-ରଣବୀର ସିଂହ। ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀରେ ଏମାନେ ନଜର ଆସିବେ। ଆଜି ଏହାର ଏକ ଫଟୋ ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଫଟୋର ଅଜୟ ଦେବଗନ ଓ ରଣବୀର ସିଂଙ୍କ ମଝିରେ ଠିଆ ହୋଇଛନ୍ତି ଅକ୍ଷୟ କୁମାର। ଅଜୟ ଓ ରଣବୀର ଦୁହେଁ ଅକ୍ଷୟ କୁମାରଙ୍କୁ ଚାହିଁଥିବା ଫଟୋରେ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏହି ତିନି ଜଣ ଷ୍ଟାର ଏକାଠି ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ବୀର ସୂର୍ଯ୍ୟବଂଶୀ ଭୂମିକାରେ ଅଭିନୟ କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚରେ ରିଲିଜ ହୋଇପାରେ ସୂର୍ଯ୍ୟବଂଶୀ। ଏବେ ଏହାର ଫଟୋ ଆସିବା ପରେ ଫିଲ୍ମକୁ ନେଇ ଦର୍ଶକ ଅଧିକ କ୍ରେଜି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.