Below header

ଆମେରିକାର ଧାର୍ମିିକ ସ୍ୱାଧୀନତା ରିପୋର୍ଟକୁ ଭାରତର ବୈଦେଶିକ ବିଭାଗର ଖଣ୍ଡନ

କେନ୍ୟୁଜ୍: ଧାର୍ମିକ ସ୍ୱାଧୀନତାକୁ ନେଇ ଆମେରିକା ପ୍ରକାଶ କରିଥିବା ଏକ ରିପୋର୍ଟକୁ ନେଇ ତର୍କ ଆରମ୍ଭ ହୋଇଛି । ଭାରତରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହିନ୍ଦୁମାନେ ଆକ୍ରମଣ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ବିଶେଷ କରି ଗୋହତ୍ୟା ଏବଂ ଗୋମାଂସ ବିକ୍ରିକୁ ନେଇ ୨୦୧୮ରେ ସଂଖ୍ୟାଲଘୁଙ୍କ ଉପରେ ଅନେକ ଆକ୍ରମଣ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି । ତେବେ ଭାରତ ଏହି ରିପୋର୍ଟକୁ ଖଣ୍ଡନ କରିଛି । ଭାରତର ବୈଦେଶିକ ମୁଖପାତ୍ର କହିଛନ୍ତି, ଧର୍ମୀୟ ସଂହତିକୁ ନେଇ ଭାରତ ଗର୍ବିତ । ସମସ୍ତ ନାଗରିକଙ୍କୁ ଆମ ସମ୍ବିଧାନ ମୌଳିକ ଅଧିକାର ପ୍ରଦାନ କରିଛି । ଆମ ଦେଶର ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ନେଇ କୌଣସି ବିଦେଶ ସରକାର ଏଭଳି ଘୋଷଣା କରିବାର ଅଧିକାର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.