ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଲା ପାକିସ୍ତାନ

ଲଣ୍ଡନ୍‌ : ଲର୍ଡସରେ ଖେଳା ଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଆଜି ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଛି । ଦକ୍ଷିଣ ଆଫ୍ରିକା ଦଳ ୩୦୯ ରନ୍‌ର ବିଜୟଲକ୍ଷ୍ୟ ୨୫୯ ରନ୍‌ କରି ପାରିଛି ।
ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ହେଲେ ପାକିସ୍ତାନକୁ ଶେଷ ୪ଟି ମ୍ୟାଚ୍‌ ଜିତିବା ପାଇଁ ହେବ । ଆଜି ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ବାବର ଆଜମ ଓ ହାରିସ୍‌ ସୋହେଲଙ୍କ ଅର୍ଦ୍ଧଶତକ ବଳରେ ପାକ୍‌ ଟିମ୍‌ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ଓ୍ଵିକେଟ୍‌ରେ ୩୦୮ ରନ୍‌ କରିଥିଲା । ଦଳ ପକ୍ଷରୁ ଦୁଇ ଓପ୍ନର ଫକର ଜମନ ଓ ଇମାମ୍‌ ଉଲ୍‌ ହକ୍‌ ୪୪ ରନ୍‌ ଲେଖାଏଁ କରିଥିଲେ । ପରେ ବାବର ଆଜମ ୬୯ ଏବଂ ହାରିସ୍‌ ସୋହେଲ ମାତ୍ର ୫୯ ବଲ୍‌ରେ ୮୯ ରନ୍‌ କରିଥିଲେ । ୬ଟି ମ୍ୟାଚ୍‌ରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ବିଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.