ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପୂଜାର୍ଚ୍ଚନା, ଟୁଇଟ୍‌ କରି ହିନ୍ଦୀ ଓ ଓଡ଼ିଆ ଭାଷାରେ ଜଣାଇଲେ ଶୁଭେଚ୍ଛା ବାର୍ତ୍ତା

ଅହମଦାବାଦ: ଆଜି ସକାଳେ ଗୁଜରାଟର ଅହମଦାବାଦ ଠାରେ ଅବସ୍ଥିତ ୪୫୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପୂର୍ବରୁ ଅନୁଷ୍ଠିତ ମଙ୍ଗଳ ଆରତିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ତାଙ୍କ ପତ୍ନୀ ସୋନାଲ୍‌ ଶାହା ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସର ସମୟରେ ଶାହା କିଛି ଫଟୋକୁ ମଧ୍ୟ ଟୁଇଟ୍‌ କରିଛନ୍ତି।


ଓଡ଼ିଶାର ପୁରୀ ରଥଯାତ୍ରା ପରେ ଦେଶରେ ଗୁଜରାଟ ରଥଯାତ୍ରା ହେଉଛି ଦ୍ୱିତୀୟ ବୃହତ୍‌ ରଥଯାତ୍ରା। ପୃଷ୍ଠଭୂମିରେ ପୁରୀ ମନ୍ଦିର ଓ ରଥଯାତ୍ରାର ଚିତ୍ର ଓ ନିଜର ଯୋଡ଼ହସ୍ତ ଫଟୋ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି କି, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆମ୍ଭ ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ। ଜୟ ଜଗନ୍ନାଥ।

Leave A Reply

Your email address will not be published.