ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ : ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବେ ସରକାର ଓ ବିରୋଧୀ । ଦେଶର ରାଜଧାନୀରେ କରୋନା ମୁକାବିଲା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ରାଜନୈତିକ ଭେଦଭାବ ଭୁଲି ଦିଲ୍ଲୀର ସୁରକ୍ଷା ପାଇଁ ଏକାଠି ଲଢିବାକୁ ସେ ସବୁ ଦଳଙ୍କୁ ଆହ୍ଵାନ ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ଗାଇଡ୍‌ଲାଇନ୍‌ ଗ୍ରାଉଣ୍ଡ ଜିରୋରେ କିଭଳି କାର୍ଯ୍ୟକାରୀ ହେବ , ସେ ନେଇ ନିଜ ନିଜର କର୍ମୀଙ୍କୁ ନିୟୋଜିତ କରିବାକୁ ରାଜନୈତିକ ଦଳମାନଙ୍କୁ କହିଛନ୍ତି ଗୃହମନ୍ତ୍ରୀ ।

corna-3

ସମସ୍ତ ଦିଲ୍ଲୀ ବାସିନ୍ଦାଙ୍କ କରୋନା ପରୀକ୍ଷା ହେବ ବୋଲି ସର୍ବଦଳୀୟ ବୈଠକରେ ଭରସା ଦେଇଛନ୍ତି ଅମିତ ଶାହ ଓ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ । କିଛି ଦିନ ଭିତରେ ଦିଲ୍ଲୀର ଦୈନିକ ପରୀକ୍ଷା ୧୮ ହଜାରକୁ ବୃଦ୍ଧି କରାଯିବ ବୋଲି ଶାହ କହିଛନ୍ତି ।

ସର୍ବଦଳୀୟ ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି, କଂଗ୍ରେସ ଓ ବିଏସପି ଯୋଗ ଦେଇଥିଲେ ।  ବୈଠକ ପରେ ଦିଲ୍ଲୀ ଏଲଏନଜେପି ହସ୍ପିଟାଲକୁ ଅଚାନକ ଗସ୍ତ କରିଥିଲେ ଅମିତ ଶାହ । ହସ୍ପିଟାଲରେ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ଦିଲ୍ଲୀରେ ସଂକ୍ରମଣ ଚିନ୍ତା ବଢାଇଛି । ୪୧ ହଜାର ଡେଇଁଲାଣି ଆକ୍ରାନ୍ତ ସଂଖ୍ୟା । ୧,୩୨୭ ମୁଣ୍ଡ ଗଲାଣି । ଗତକାଲି ମଧ୍ୟ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.