ଜମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ : ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କ । ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂ। ସୋପିଆନ୍‌ ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରିବାର ଦୁଇ ଦିନ ପରେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ମୃତ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମନିସ କୁମାର। ଏମାନେ ଶୋଇଥିବା ବେଳେ ତାଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା। ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ରେଜିଷ୍ଟାନ୍‌ସ ଫ୍ରଣ୍ଟ । ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୋଟିଏ ସପ୍ତାହ ଭିତରେ ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ଏହା ଦ୍ୱିତୀୟ ଟାର୍ଗେଟ୍‌ କିଲିଂ

ସୂଚନାଯୋଗ୍ୟ, ଗତ ଶନିବାର ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେପଟେ ଟାର୍ଗେଟ କିଲିଂକୁ ନେଇ ରାଜନୀତି ପାରା ହାଇ । ଧାରା ୩୭୦ ଲାଗୁ ହେବା ପରେ କାଶ୍ମୀରରେ ଶାନ୍ତି ଫେରିଛି ବୋଲି ସରକାର ଦାବି କରୁଥିବା ବେଳେ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି କଂଗ୍ରେସ କହିଛି । ସେପଟେ କାଶ୍ମୀର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.