ଆଣ୍ଟି ସିପ୍‌ ଭର୍ସନ ସୁପରସୋନିମ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ଶେଷ, ବଢ଼ିଲା ଭାରତୀୟ ନୌସେନା ଶକ୍ତି

ଆଣ୍ଟି ସିପ୍‌ ଭର୍ସନ ସୁପରସୋନିମ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ଶେଷ ହୋଇଛି । ଆଇଏନ୍‌ଏସ୍‌ ରଣବିଜୟରୁ ଉତ୍‌କ୍ଷେପଣ ହୋଇଛି ଏହି ମିସାଇଲ । ଭାରତୀୟ ନୌସେନା ପକ୍ଷରୁ ଏହାର ସଫଳ ଉତ୍‌କ୍ଷେପଣ କରାଯାଇଛି । ପଡୋଶୀ ଶତ୍ରୁ ଦେଶ ସହ ଉତ୍ତେଜନା ଜାରି ରହିବା ମଧ୍ୟରେ ବଢ଼ିବାରେ ଲାଗିଛି ଭାରତର ଶକ୍ତି । ଦେଶ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର କରିବା ଫଳରେ ସେନାର ଶକ୍ତି ବୃଦ୍ଧି ପାଉଛି । ଏହି କ୍ରମରେ ଆଜି ଆଣ୍ଡାମାନ

ନିକୋବର ଦ୍ୱୀପପୁଞ୍ଜରେ ପରିଚାଳିତ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ଆଣ୍ଟି ଜାହାଜ ସଂସ୍କରଣ ପରୀକ୍ଷା ଶେଷ ହୋଇଛି । ଏହି ପରୀକ୍ଷା ଭାରତୀୟ ନୌସେନା ଦ୍ୱାରା ପରିଚାଳିତ ପରୀକ୍ଷଣର ଏକ ଅଂଶ ବିଶେଷ ବୋଲି ଜଣାଯାଇଛି । ଏହି ମିସାଇଲ୍‌କୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଥିବା ନେଇ ରିପୋର୍ଟ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.